Hot Posts

6/recent/ticker-posts

ଅଙ୍ଗନଓ୍ବାଡି ପିଲାଙ୍କ ପୋଷାକ ବଣ୍ଟନରେ ଅନିୟମିତତା କିଆପଦର ପଞ୍ଚାୟତ ବଣ୍ଡେଲଗୁଡା ଏସ.ଏଚ.ଜି ମହିଳାଙ୍କ ଅଭିଯୋଗ କଲେ I

କଳାହାଣ୍ଡି, ୨୩/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା,ଥୁଆମୂଳ ରାମପୁର ବ୍ଲକ ର ସରକାର ଅଙ୍ଗନୱାଡି କେନ୍ଦ୍ରର ଶିଶୁ ମାନଙ୍କୁ ପୋଷାକ ପ୍ରଦାନ ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ପୋଷାକ ସିଲେଇ ଏବଂ ବଣ୍ଟନ ପାଇଁ ଗ୍ରାମାଞ୍ଚଳର ମହିଳାଙ୍କ ଆର୍ଥିକ ବିକାଶ ପାଇଁ ଏସ.ଏଚ.ଜି ମହିଳା ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି I କିନ୍ତୁ ପରିତାପର ବିଷୟ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର କାଣିଗୁମା ସେକ୍ଟରର ୨୪ ଗୋଟି ଅଙ୍ଗନୱାଡି କେନ୍ଦ୍ରର ୬୫୭ ଜଣ ଶିଶୁଙ୍କ ପୋଷାକ ପ୍ରଦାନ ପାଇଁ କିଆପଦର ପଞ୍ଚାୟତ ବଣ୍ଡେଲଗୁଡା ଏକ ଏସ.ଏଚ.ଜି ମହିଳା ଗୋଷ୍ଠୀଙ୍କୁ ଦାଇତ୍ବ ଦିଆଯାଇଥିଲା I କିନ୍ତୁ ପରବର୍ତି ସମୟରେ ଭଟାଗୁଡାର ସରୋଜିନୀ ନାଏକ ନାମକ ଅଙ୍ଗନୱାଡି କର୍ମୀ ନିଜେ ନିଜେ ପୋଷାକ ବଣ୍ଟନ କରିଥିବା ଅଭିଯୋଗ ହେଇଛି I ଯାହାଦ୍ୱାରା ମହିଳା ଗୋଷ୍ଠୀ ନିଜ ଜିବୀକା ନିର୍ବାହ ଏବଂ ଆୟ ବୃଦ୍ଧି କରିବାରେ ବିଫଳ ହେବା ସହ ଆର୍ଥିକ କ୍ଷତି ହେଇଥ‌ିବା ଗତକାଲି ଶନିବାର ଦିନ ୧୧ ଘଣ୍ଟା ସମୟରେ ଗଣମାଧ୍ଯମ ନିକଟରେ ପ୍ରତିକ୍ରିୟା ରଖିଛନ୍ତି । ଏହାସହ ଏହାର ଶୁବିଚାର ପାଇଁ ଦାବି କରିଛନ୍ତି I


କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ