ନିମସାହିରେ ମହାପୁରୁଷ ଅରକ୍ଷିତ ଦାସଙ୍କ ନୂତନ ଗାଦିପୀଠର ପୁନଃପ୍ରତିଷ୍ଠା ଉତ୍ସବ
କଟକ, ୨୭/୦୮ ( କାହୁଁ ଚରଣ ବାରିକ ) : କଟକ ନିମସାହିସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମହାପୁରୁଷ ଅରକ୍ଷିତ ଦାସଙ୍କ ନୂତନ ଗାଦିପୀଠର ପୁନଃପ୍ରତିଷ୍ଠା ଉତ୍ସବ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, କଟକ - ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଆଧ୍ୟାତ୍ମିକ ସଭାରେ ଗାଦିପୀଠର ବିକାଶ ଓ ପରମ୍ପରାର ସୁରକ୍ଷା ଦିଗରେ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ଉତ୍ସବ ଅବସରରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଗାଦିପୀଠର ପୁନଃପ୍ରତିଷ୍ଠା ଉତ୍ସବକୁ ନେଇ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।