ବାଲେଶ୍ୱର, ୦୨/୦୮ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କ୍ଷୀରଙ୍ଗ ଗ୍ରାମ ର ସଞ୍ଜୟ କୁମାର ଦାସ ବସ୍ତା ଜେ ଏମ ଏଫ ସି କୋର୍ଟ ରେ ଏଡଭୋକେଟ କ୍ଲର୍କ ଭାବେ କାର୍ଯ୍ୟ କରନ୍ତି।ଗତ ୨୦୨୪ ମସିହାରେ ମଣ୍ଡରୁକୁଲା ଗ୍ରାମରେ ଥିବା ମା ବୁଢ଼ୀ ବ୍ରାହ୍ମଣୀ ଏସଏଚଜି ଗ୍ରୁପରେ ସମ୍ପାଦିକା କନକଲତା ଜେନା ଲୋନ ଟଙ୍କା ନେଇ ବ୍ୟାଙ୍କରେ ସୁଝୁ ନଥିବା ଘଟଣାରେ ସଭାପତି ଓ ଅନ୍ୟ ସଦସ୍ୟା ମାନଙ୍କ ଠାରୁ ଜାଣିଲା ପରେ ଶ୍ରୀ ଦାସ ମହିଳା ମାନଙ୍କୁ ନେଇ ବସ୍ତା ଥାନାରେ ଅଭିଯୋଗ କରାଇଥିଲେ।ଏହାକୁ ନେଇ ଥାନା ସହିତ ଗ୍ରାମରେ ବାରମ୍ବାର ବିଚାର ପରେ ମଧ୍ୟ କୌଣସି ସମାଧାନ ହୋଇପାରି ନଥିଲା। ଏହାକୁ ନେଇ ଆଜି ସକାଳ ସମୟରେ ହଳଦୀପାଳ ବଜାରକୁ ମାର୍କେଟିଙ୍ଗ କରିବାକୁ ଯାଇଥିବା ସମୟରେ ପୂରାଣ ଗ୍ରାମର ମାନୁ ପାତ୍ର,ମଛଡ଼ିହା ଗ୍ରାମର ମୁନା ସେଠୀ, ଲଖ୍ମଣ ସେଠୀ ଏବଂ ମଣ୍ଡରୁକୁଲା ଗ୍ରାମର ହର ବିଶ୍ୱାଳ,ପ୍ରଦୀପ ଜେନା କାହିଁକି ଏସଏଚ ଜି ଗ୍ରୁପ ମହିଳା ମାନଙ୍କୁ ନେଇ କେଶ କରାଇଲୁ କହି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ,ଟଣା ଓଟରା ସହିତ ମାଡ଼ ମାରି ଥିଲେ। ତେବେ ଶ୍ରୀ ଜେନା ଉପାୟ ନପାଇ ପଟା ଦୋକାନ ଭିତରେ ପଶି ୧୧୨ କୁ କଲ କରି ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହିଁଞ୍ଚି ଶ୍ରୀ ଜେନାଙ୍କୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କାରିବାକୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
