ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଓ ପରିମଳ ପାଇଁ ସଚେତନା ରାଲି
ଲଇକେରା, ୦୩/୦୮ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲଇକେରା ଠାରେ ଡେଙ୍ଗୁ, ମ୍ୟାଲେରିଆ ନିରାକରଣ ଓ ପରିମଳ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ଅଧ୍ୟକ୍ଷ କମଳ ଲୋଚନ ଦାସଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିସରରୁ ଲଇକେରା ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନା ରାଲି ବାହାରିଥିଲା । ଛାତ୍ରଛାତ୍ରୀମାନେ ବିଭିନ୍ନ ସଚେତନତାମୂଳକ ସ୍ଳୋଗାନ ଦେଇ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ, ସ୍ୱଚ୍ଛତା ରକ୍ଷା ଓ ମଶା ନିୟନ୍ତ୍ରଣ ପାଇଁ ଜନସାଧାରଣଙ୍କୁ ସଚେତନ କରିଥିଲେ । ଲଇକେରା ପୋଲିସ ପ୍ରଶାସନ ସଚେତନତା ରାଲିରେ ସହଯୋଗ କରିଥିଲେ ।ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ଦାସଙ୍କ ସଭାପତିତ୍ତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରବୀଣ ନାଏକ ମୂଖ୍ଯବକ୍ତା ଭାବେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆର କାରଣ, ଲକ୍ଷଣ, ପ୍ରତିରୋଧ ଉପାୟ ଏବଂ ସ୍ୱଚ୍ଛ ପରିବେଶର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ସଚେତନତାମୂଳକ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ସୁଶାନ୍ତ ରଥ, ସୁଦୀପ ପୁରୋହିତ, ରାସେଶ୍ୱର ସାହୁ, ଅଧ୍ୟାପିକା ସୁପ୍ରଭା ନାଏକ, ଜେମିନି ନେଟି ପ୍ରମୁଖ ଯୋଗଦେଇ ସଚେତନତା ର ବାର୍ତ୍ତା ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଅଧ୍ୟାପକ ରୁଦ୍ରାକ୍ଷ ପ୍ରଧାନ ସଂଯୋଜନା କରିଥିବାବେଳେ ଯୁବ ରେଡକ୍ରସ୍ କାଉନସିଲର ଚନ୍ଦ୍ରିକା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।