୨୧ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ
ଚକାପାଦ, ୨୨/୦୮ ( ବାଳକୃଷ୍ଣ କହଁର ) : ଟିକାବାଲି ଥାନା ଅଧୀନରେ ଯାଉଥିବା ଡୁଟକାଗାଁ ଗ୍ରାମ ଛକ ଠାରେ ଗାଡି କୁ ଅପେକ୍ଷା କରି ଭୁବନେଶ୍ୱର ଗଞ୍ଜେଇ ଚଲାଣ କରିବା ପାଇଁ ଯୋଜନା କରୁଥିବା ସମୟ ରେ କୌଣସି ସୂତ୍ରରୁ ଟିକାବାଲି ପୋଲିସ ଖଵର ପାଇ ଗଣ୍ଡଗାଁ ର ତାରଜନ ପ୍ରଧାନ ଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଠାରୁ ପୋଲିସ ୨୧ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ କେସ ନମ୍ବର ୧୭୦/୨୬ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଶିବରଞ୍ଜନ ସିଙ୍ଗା ସୂଚନା ଦେଇଛନ୍ତି।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ