ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।
ସୁବର୍ଣ୍ଣପୁର, ୨୦/୦୮ ( ଜଗଦିଶ ମେହେର ) : ଅତ୍ୟାବଶ୍ୟକ ସାମଗ୍ରୀ ର ଆକାଶ ଛୁଆଁ ଦରଦାମ ବୃଦ୍ଧି କୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସନ୍ଧ୍ୟା ସମୟ ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ରେ ଶତାଧିକ କଂଗ୍ରେସ କର୍ମୀ ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ରେ ନାରାବାଜି କରିବା ସହ ହାତ ରେ କଂଗ୍ରେସ ବ୍ୟନର ଧରି ପ୍ରତିବାଦ କରିଛନ୍ତି। ବିଜେପି ସରକାର ଶାସନ ପରେ ଚିନି କେଜି ୩୫ ଟଙ୍କା ରୁ ୭୦ କୁ ବୃଦ୍ଧି ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଳୁ, ପିଆଜ, ଲୁଣ ସହ ପନିପରିବା ଦର ମଧ୍ୟ ବୃଦ୍ଧି ହୋଇଥିବା କହି ସ୍ୱର ଉତୋଳନ କରିଛନ୍ତି ଉପସ୍ଥିତ କଂଗ୍ରେସ କର୍ମୀ। ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟ ର ପୂର୍ବତନ ବିଧାୟକ ବିନୋଦ ପାତ୍ର, ଜିତେନ୍ଦ୍ର ପଟ୍ଟନାୟକ, ସୁଧୀର ପଣ୍ଡା, ସରୋଜ ପ୍ରଧାନ ଙ୍କ ସହ ଅନେକ କର୍ମୀ ଏହି ବିକ୍ଷୋଭ ପ୍ରଦର୍ଶନ ରେ ଭାଗ ନେଇଥିଲେ।