ଆଦର୍ଶ ଶିକ୍ଷକ ନିତ୍ୟାନନ୍ଦ ସାମଲଙ୍କ ପରଲୋକ
ବିଂଝାରପୁର , ୨୦/୦୮ (ପ୍ରଦୀପ କୁମାର ମଲ୍ଲିକ) : ଆଳି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜନ୍ମିତ ଆଦର୍ଶ ଶିକ୍ଷକ ନିତ୍ୟାନନ୍ଦ ସାମଲଙ୍କ ଗତ ୧୭ ତାରିଖରେ ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି।ଶ୍ରୀ ସାମଲ ଜଣେ ଆଦର୍ଶ ଶିକ୍ଷକ ଭାବେ ସୁନାମ ଅର୍ଜନ କରିବା ସହ ଧୋୟା ଅଞ୍ଚଳବାସୀଙ୍କ ସୁଖଦୁଃଖର ସାଥୀ ଭାବେ ପରିଚିତ ଥିଲେ। ଶିକ୍ଷାଦାନ କ୍ଷେତ୍ରରେ ତାଙ୍କ ନିଷ୍ଠା ଓ ଛାତ୍ରଛାତ୍ରୀଙ୍କ ପ୍ରତି ଆତ୍ମୀୟତା ତାଙ୍କୁ ଜଣେ ଲୋକପ୍ରିୟ ଶିକ୍ଷକ ଭାବେ ପରିଚିତ କରିଥିଲା।ତାଙ୍କ ବିୟୋଗରେ ଆତ୍ମୀୟସ୍ୱଜନ, ଛାତ୍ରଛାତ୍ରୀ, ସହକର୍ମୀଙ୍କ ସମେତ ସମଗ୍ର ଧୋୟା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ନିଷ୍ଠାବାନ ଶିକ୍ଷକ ଓ ସମାଜସେବୀଙ୍କୁ ହରାଇଥିବା ନେଇ ଅଞ୍ଚଳବାସୀ , ଶିକ୍ଷକ ସଂଘ ଏବଂ ଆଳି କଂଗ୍ରେସ ବିଧାୟିକା ପ୍ରାଧିୀନି ଦେବସ୍ମିତା ପ୍ରମ୍ମୁଖ ଶୋକ ପ୍ରକାଶ କରିଛନ୍ତି।