Hot Posts

6/recent/ticker-posts

କଟକ ମାତୃଭବନ ସ୍କୁଲ ସାମ୍ନାର ଅବସ୍ଥା...

କଟକ, ୨୮/୦୮ ( କାହୁଁ ଚରଣ ବାରିକ ) : କଟକ ସହରରେ ତାଳଦଣ୍ଡା କେନାଲ ଉଭୟ ପାର୍ଶ୍ଵ ଯିବାଆସିବା ଓ ସୌନ୍ଦର୍ଯ୍ୟକରଣ ପାଇଁ କୋଟିକୋଟି ଅର୍ଥ ବ୍ୟୟ ସତ୍ତ୍ୱେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଅପାରଗତା ଯୋଗୁଁ ରାସ୍ତାକଡରେ ପାହାଡ଼ ପରି ଅଳିଆଆବର୍ଜନା ଗଦାଗଦା ପଡିଥିବା ଦେଖାଯାଉଛି। ସହରରେ ସଫେଇକାର୍ଯ୍ୟ ପାଇଁ ୩ଟି ଠିକାସଂସ୍ଥା ବାବଦରେ ମାସିକ କୋଟିକୋଟି ଟଙ୍କା ବ୍ୟୟ ହେଉଥିବା ସହ ପରିମଳ ବିଭାଗ ଅଧିକାରୀ କାର୍ଯ୍ୟ ତଦାରଖ ପାଇଁ ସରକାରୀ ଗାଡି ବାବଦରେ ଲକ୍ଷାଧିକ ଟଙ୍କା ମାସିକ ବ୍ୟୟ ସହ ଏକାଧିକ କର୍ମଚାରୀ ନିୟୋଜିତ କେବଳ ନାମକୁ ମାତ୍ର କାର୍ଯ୍ୟ ଦର୍ଶାଇ ବ୍ୟାପକ ଅର୍ଥ ଲୁଟ୍ କରିବା ଅଭିଯୋଗ ହେଉଥିବା ଯୋଗୁଁ ସୂଚନାଅଧିକାର ଆଇନରେ ତଥ୍ୟ ମିଳୁନାହିଁ। କଟକ ମାତୃଭବନ ସ୍କୁଲ ସମ୍ମୁଖରେ ଥିବା ନୋ ଭେଣ୍ଡିଂଜୋନ ସ୍ଥାନରେ ବେଆଇନ ଭାବେ ଜବରଦସ୍ତ ଜବରଦଖଲ କରି ପରିବାହାଟ ହୋଇଥିବା ଯୋଗୁଁ ବର୍ଷା ଦିନରେ ପଚାସଢା ପରିବା ପଡି ଦୁର୍ଗନ୍ଧ ହେବା ସହ ସଂକ୍ରମଣ ଆଶଙ୍କା ରହୁଛି।ପରିବାହାଟକୁ କିଣାକିଣି କରିବାକୁ ଆସୁଥିବା ଲୋକମାନେ ରାସ୍ତା ଉପରେ ଗାଡି ପାର୍କିଂ ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀ ଯିବାଆସିବା ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ସ୍ଥାନୀୟ ପୁଲିସ ପ୍ରଶାସନ ଓ କଟକ ମହାନଗର ନିଗମ ଅଧିକାରୀ ନୀରବଦ୍ରଷ୍ଟା ସାଜିଛି। ଏଥିପାଇଁ ସ୍କୁଲ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଓ ଅଞ୍ଚଳବାସୀଙ୍କ ଜୀବନପ୍ରତି ବିପଦ ରହିଛି।ସମସ୍ତଙ୍କ ସୁରକ୍ଷା ନିମନ୍ତେ ନୋ ଭେଣ୍ଡିଂଜୋନରେ ବେଆଇନ ଭାବେ ହୋଇଥିବା ପରିବାହାଟକୁ ଉଛେଦ କରିବା ସହ କେଏମସି ନିୟମିତ ସଫେଇକାର୍ଯ୍ୟ କରି ବିଶୋଧନ କରିବା ପାଇଁ ସୂଚନାଅଧିକାର କର୍ମୀ ଜିତେନ୍ଦ୍ର କୁମାର ସାହୁ କେଏମସି କମିଶନର, ମେୟର, ଅଧ୍ୟକ୍ଷ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, ଜିଲ୍ଲାପାଳ, ଡିସିପି କଟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।