Hot Posts

6/recent/ticker-posts

କଳାହାଣ୍ଡି ଯୁବମୋର୍ଚ୍ଚାର ନୂତନ ଟିମ୍ ଘୋଷଣା। ସ୍ୱଚ୍ଛ ଭାରତ ଅଭିଯାନର ଜିଲ୍ଲା ସଂଯୋଜକ ହେଲେ ପିଙ୍କୁ ମେହେର ।

ଧର୍ମଗଡ଼, ୨୧/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାରେ ବିଜେପି ଯୁବମୋର୍ଚ୍ଚାର ସାଙ୍ଗଠନିକ କ୍ଷେତ୍ରରେ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ପଦାଧିକାରୀ ଓ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ ଓ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିନାଶ ନନ୍ଦଙ୍କ ଅନୁମୋଦନ କ୍ରମେ ଏହି ନୂତନ ଟିମ୍ ଘୋଷିତ ହୋଇଛି। ଘୋଷିତ ତାଲିକାରେ ଧର୍ମଗଡ଼ ଅଞ୍ଚଳର ପିଙ୍କୁ ମେହେରଙ୍କୁ ଜିଲ୍ଲା ଯୁବମୋର୍ଚ୍ଚାର ସ୍ୱଚ୍ଛ ଭାରତ ଅଭିଯାନ ଜିଲ୍ଲା ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି। ଏହି ନିଯୁକ୍ତି ପରେ ଧର୍ମଗଡ଼ ଅଞ୍ଚଳର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ପିଙ୍କୁ ମେହେର ଦୀର୍ଘଦିନ ଧରି ଦଳୀୟ ସଂଗଠନ ସହ ଜଡ଼ିତ ରହି ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟରେ ସକ୍ରିୟ ଭୂମିକା ନେଇଆସୁଥିବା ଦଳୀୟ ମହଲରେ କୁହାଯାଇଛି। ନୂତନ ଦାୟିତ୍ୱ ମିଳିବା ପରେ ଜିଲ୍ଲାରେ ସ୍ୱଚ୍ଛତା ଅଭିଯାନକୁ ଯୁବମାନଙ୍କ ସହଯୋଗରେ ଆହୁରି ବ୍ୟାପକ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଶା ପ୍ରକାଶ ପାଇଛି।ଏହି ନୂତନ ଟିମ୍ ଗ୍ରାମସ୍ତରରେ ଯୁବ ସଂଗଠନକୁ ସକ୍ରିୟ କରିବା ସହ ଦଳର ସାଙ୍ଗଠନିକ ଭିତ୍ତିଭୂମୀକୁ ଆହୁରି ମଜବୁତ କରିବାରେ ସହାୟକ ହେବ ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ