ସିନାପାଲି ୦୨/୦୮ ( ପରମେଶ୍ୱର ମେହେର ) : ଆଜି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ସିନାପାଲି ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ମୁଖ୍ୟ ଅତିଥି ରୁପେ ସିନାପାଲି ସଙ୍କୁଳ ପ୍ରମୁଖ ତୁଲସୀରାମ ମେହେର ଯୋଗଦାନ କରି ଶିଶୁ ଭାଇ-ଭଉଣୀମାନଙ୍କୁ ଜ୍ଞାନବିଜ୍ଞାନ ମେଳା ପାଳନର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରିଥିଲେ। ସମ୍ମାନିତ ଅତିଥି ରୁପରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନରହରି ମେହେର ଓ ସମ୍ପାଦକ ଗିରିଶ ଚନ୍ଦ୍ର ନାଏକ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଜ୍ଞାନବିଜ୍ଞାନ ମେଳାରେ ବିଚାରକ ରୁପେ ବିଜ୍ଞାନ ଶିକ୍ଷକ ବାସୁଦେବ ବିଶି, ରାକେଶ କୁମାର କଟା, ଜିତେନ୍ଦ୍ର ସାହୁ, ଜ୍ଞାନରଞ୍ଜନ ସୁନାନୀ, ଦିପକ କୁମାର ସା ଓ ଧିରେନ୍ଦ୍ର କୁମାର ସା ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଚରଣ ନେତାମ ଅତିଥି ପରିଚୟ କରିଥିବା ବେଳେ, ବିଦ୍ୟାଳୟର ଆଚାର୍ଯ୍ଯ ସ୍ବପ୍ନ କୁମାର କାଣ୍ଡ ସଂଯୋଜନା କରିଥିଲେ , ପର୍ଯ୍ୟାୟ କ୍ରମେ ସମ୍ପାଦକ ଗିରିଶ ଚନ୍ଦ୍ର ନାଏକ ଏବଂ ଗୁରୁଜୀ ମନମୋହନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟ ପ୍ରତିଯୋଗିତା ପ୍ରମୁଖ ବିଷ୍ନୁଶରଣ ହୋତା ତୁଲାଇ ଥିବା ବେଳେ , କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁଜୀ ଦେବାଶିଷ ନାଏକ, ଗୁରୁଜୀ ଜଗଦିଶ ନାଏକ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସୁଚାରୁ ରୁପେ ନିଜ ନିଜ ଦାୟୀତ୍ବ ତୁଳାଇ ଥିଲେ । ଉକ୍ତ ମେଳାରେ ସର୍ବମୋଟ ୨୩୮ଟି ପକଳ୍ପ ପ୍ରଦର୍ଶିତ ହୋଇଥିଲା। ମେଳାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
