କଟକ ଶିଶୁଭବନର ଏ କି ଅବସ୍ଥା? ସ୍ୱାସ୍ଥ୍ୟ ସେବା ନା ରୋଗ ବାଣ୍ଟିବାର ବ୍ୟବସ୍ଥା?
କଟକ, ୨୬/୦୮ ( କାହୁଁ ଚରଣ ବାରିକ ) : କଟକ ଶିଶୁଭବନକୁ ନିଜ ଶିଶୁଙ୍କୁ ସୁସ୍ଥ କରିବା ପାଇଁ ଦୂରଦୂରାନ୍ତରୁ ଲୋକେ ଆସୁଛନ୍ତି। କିନ୍ତୁ ଚିକିତ୍ସାଳୟ ପରିସରରେ ପାଦ ରଖିବା ମାତ୍ରେ ଯେଉଁ ଦୃଶ୍ୟ ଦେଖାଯାଉଛି, ତାହା ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନଚିହ୍ନ ଠିଆ କରୁଛି। ଯୁଆଡ଼େ ଦେଖିବେ ସେଆଡ଼େ ନର୍ଦ୍ଦମା ପାଣି। ରାସ୍ତା ଓ ଚଲାପଥରେ ଜମି ରହୁଛି ଦୂଷିତ ପାଣି। ରୋଗୀ ଓ ସେମାନଙ୍କ ପରିବାରକୁ ଏହି ଅପରିଷ୍କାର ପାଣି ମଧ୍ୟରେ ଯାତାୟାତ କରି ଚିକିତ୍ସାଳୟକୁ ଯିବାକୁ ପଡ଼ୁଛି। ଯେଉଁଠି ଶିଶୁଙ୍କୁ ସୁସ୍ଥ କରିବା କଥା, ସେଠି ପରିବେଶ ହିଁ ନୂଆ ସଂକ୍ରମଣର ଭୟ ସୃଷ୍ଟି କରୁଛି। ଲୋକଙ୍କ ଅଭିଯୋଗ, ବିଲ୍ଡିଂର ରଙ୍ଗ ବଦଳାଇବାରେ ତତ୍ପରତା ଦେଖାଯାଉଛି, କିନ୍ତୁ ନର୍ଦ୍ଦମା ପାଣି ନିଷ୍କାସନ, ଡ୍ରେନେଜ୍ ଓ ପରିମଳ ଭଳି ମୌଳିକ ସମସ୍ୟା ସମାଧାନରେ କାହିଁକି ଅବହେଳା? ଶିଶୁଭବନ ଭଳି ଏକ ପ୍ରମୁଖ ଚିକିତ୍ସାଳୟରେ ଏଭଳି ଅବ୍ୟବସ୍ଥା ରହିବା କେବଳ ଦୁଃଖଦ ନୁହେଁ, ଏହା ପ୍ରଶାସନିକ ଦାୟିତ୍ୱ ଉପରେ ମଧ୍ୟ ଗୁରୁତର ପ୍ରଶ୍ନ ଉଠାଉଛି। ସରକାର ଓ ସ୍ୱାସ୍ଥ୍ୟ ବିଭାଗ କେବେ ଜାଗିବେ? ରଙ୍ଗ ନୁହେଁ, ପ୍ରଥମେ ଶିଶୁଭବନର ମୌଳିକ ସମସ୍ୟା ସମାଧାନ କରାଯାଉ—ଏହି ଦାବି ଏବେ ଜୋର ଧରିଛି।
#କଟକ #ଶିଶୁଭବନ #ସ୍ୱାସ୍ଥ୍ୟବ୍ୟବସ୍ଥା#ନବଦଦୂ ତnews