ଝରୀଗାଁ ନିର୍ବାଚନ ମଣ୍ଡଳୀରେ ବିଜେପିକୁ ବଡ଼ ସଫଳତା: ୩୦ରୁ ଊର୍ଦ୍ଧ୍ୱ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ
ଝରୀଗାଁ, ୨୬/୦୮ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ଅନ୍ତର୍ଗତ ମା’ ବିଡ୍ରି ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିକୁ ମିଳିଛି ବଡ଼ ସଫଳତା। ଏହି ଅବସରରେ ଝରୀଗାଁ ନିର୍ବIଚନ ମଣ୍ଡଳ ଉମରକୋଟ ବ୍ଲକ ଅନ୍ତର୍ଗତ ତୋରେଙ୍ଗା ଗ୍ରାମ ପଞ୍ଚାୟତ ବିଜେଡି ଓ କଂଗ୍ରେସ ଦଳର ୩୦ରୁ ଊର୍ଦ୍ଧ୍ୱ ସକ୍ରିୟ କର୍ମୀ ନିଜ ନିଜ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ସମୀରଞ୍ଜନ ରାୟ, ଶ୍ରୀ ହରି ସାହୁ, ଶ୍ରୀ ସୁଜନ ଭକ୍ତ ଏବଂ ଶ୍ରୀ ମେଘନାଥ ମଣ୍ଡଳଙ୍କ ନେତୃତ୍ୱରେ ନବାଗତ କର୍ମୀମାନଙ୍କୁ ବିଜେପି ପରିବାରକୁ ଆନ୍ତରିକ ସ୍ୱାଗତ କରାଯାଇଥିଲା। ମିଶ୍ରଣ ପର୍ବରେ ନବାଗତ କର୍ମୀମାନେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବିକାଶମୂଳକ ଚିନ୍ତାଧାରା ଏବଂ ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ନୀତିରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମିଶ୍ରଣ ପର୍ବ ଫଳରେ ଅଞ୍ଚଳରେ ବିଜେପିର ସଂଗଠନ ଆହୁରି ମଜବୁତ ହେବା ସହ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକଳାପକୁ ନୂଆ ଗତି ମିଳିବ ବୋଲି ଦଳୀୟ କର୍ମକର୍ତ୍ତାମାନେ ଆଶା ପ୍ରକାଶ କରିଛନ୍ତି