ବିଶିଷ୍ଟ ସାହିତ୍ୟିକ ଶରତ କୁମାର ଜେନାଙ୍କୁ ସମ୍ମାନ ଜନକ ଡକ୍ଟରେଟ ଉପାଧି
ବରୀ, ୨୬/୦୮ ( ରଂଜିତ ମହାନ୍ତି ) : ସମଗ୍ର ଉତ୍କଳ ଭୂଖଣ୍ଡରେ ଅଧୁନା ସାରସ୍ୱତ ସର୍ଜନାର ଅନନ୍ୟ ନିର୍ମାତା ତଥା ଗୁଣଗ୍ରାହୀ ଶରତ କୁମାର ଜେନା । ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ବଂଶଜ ତଥା ବିଦଗ୍ଦ କବିଙ୍କ ସାରସ୍ୱତ ସୃଷ୍ଟି ସର୍ଜନାକୁ କେବଳ ଓଡିଶା କାହିଁ କି ସାରା ଦେଶରେ ତାହାର ପ୍ରସିଦ୍ଧି ଲାଭ କରାଇବାର କାର୍ଯ୍ୟକ୍ରମରେ ସେ ଜଣେ ଅନନ୍ୟ ବିନ୍ଧାଣୀ । ପ୍ରେସକ୍ଲବ ୱେଲଫେୟାର ୱାଲଡ୍ ୱାଇଡ୍ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ତଥା ଜ୍ଞାନଦାନ ଅନୋନାରୀ ଡକ୍ଟରେଟ୍ ଆୱାର୍ଡ ଫାଉଣ୍ଡେସନ ଦ୍ୱ।ରା ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିବାରୁ ରାଜ୍ୟର ସାରସ୍ୱତ ସୃଷ୍ଟି ସର୍ଜକ ମାନଙ୍କ ତରଫରୁ ଅଭିନନ୍ଦଦନର ସୁଅ ଛୁଟିଛି । ତେବେ ଓଡିଆ ସାହିତ୍ୟକୁ ତାଙ୍କର ଅବଦାନ ଓ ଓଡିଆ ଭାଷାର ଉତ୍ଥାନ ଲାଗି ତାଙ୍କର ବିଶେଷ ଅବଦାନ ପାଇଁ ଏହି ସମ୍ମାନ ମିଳିଛି । ବିଶେଷ କରି ଅଭିମନ୍ୟୁ ସାହିତ୍ୟ , ରାଧାନାଥ ସାହିତ୍ୟ ଓ ଗଙ୍ଗାଧର ସାହିତ୍ୟ ରେ ତାଙ୍କର ଗବେଷଣା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ । ଆଜିର ସମାଜରେ ବହୁ ବ୍ୟକ୍ତି ବିଶେଷ ବିଭିନ୍ନ କ୍ଷେତ୍ରରେ ଡକ୍ଟରେଟ୍ ସମ୍ମାନ ପାଉଥିବା ବେଳେ ଜ୍ଞାନଦାନ ଅନୋନାରୀ ଡକ୍ଟରେଟ୍ ଆୱାର୍ଡ ଫାଉଣ୍ଡେସନ ଦ୍ୱାରା ଶ୍ରୀଯୁକ୍ତ ଜେନାଙ୍କୁ ଯୋଗ୍ୟ ବ୍ୟକ୍ତିତ୍ୱ ଭାବେ ନିର୍ବାଚିତ କରି ଉକ୍ତ ଉପାଧି øପ୍ରଦାନ କରିଥିବାରୁ ଉକ୍ତ ଫାଉଣ୍ଡେସନକୁ ସାଧାରଣରେ ପ୍ରଶଂସା କରା ଯାଇଛି । ଅଧୁନା ଶ୍ରୀଯୁକ୍ତ ଜେନା ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ, ବିଦଗ୍ଧ କବିଙ୍କ ଜନ୍ମପୀଠରେ ନିର୍ମିତ ଅଭିମନ୍ୟୁ ସାହିତ୍ୟ ପରିଷଦ ର ଅନନ୍ୟ ପୁରୋଧା ତଥା କାର୍ଯ୍ୟକାରୀ ସଂପାଦକ , ବିଦଗ୍ଧା ସାହିତ୍ୟାନୁଷ୍ଠାନର ନି୍ର୍ଦ୍ଦେଶକ, ଓଡିଶାର ଅନନ୍ୟ ସାମାଜିକ ଉନ୍ନୟନ ଅନୁଷ୍ଠାନ ନୂଆ ଆଲୋକର ସଭାପତି , ସହିଦ ମନୋଜ କର ଯୁବ ସଂସଦର ପ୍ରତିଷ୍ଠାତା , ଯମୁନାବାବା ଯୁବ ସଂସଦର ପ୍ରତିଷ୍ଠାତା , ସହିତ ଓଡିଶାର ଲବ୍ଧ ପ୍ରତିଷ୍ଠ ସମାଲୋଚନା ମୂଳକ ଖବର କାଗଜ ବଜ୍ରବାଣର ପ୍ରତିଷ୍ଠାତା ଭାବେ ସେ ସାହିତ୍ୟ ଓ ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମରେ ନିଜକୁ ବ୍ରତୀ କରାଇଛନ୍ତି । ବିଶେଷ କରି ସାହିତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକଳାପରେ ଅବଦାନ ପାଇଁ ବିଶିଷ୍ଟ ସାହିତ୍ୟିକ ସମାଲୋଚକ, ଏବଂ ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନାଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ତାଙ୍କର ଅନ୍ତର୍ଦୃଷ୍ଟିପୂର୍ଣ୍ଣ ସାହିତ୍ୟିକ ସମାଲୋଚନା ଏବଂ ନାଟ୍ୟ ଏବଂ ସାଂସ୍କୃତିକ କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ ପାଇଁ ସେ ବେଶ୍ ଜଣାଶୁଣା, ଶ୍ରୀଯୁକ୍ତ ଜେନା ସାହିତ୍ୟ ଏବଂ କଳା ଆଲୋଚନାର ପ୍ରଚାର ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ତାଙ୍କର ଏହି ସଫଳତାକୁ ଲେଖକ, ନାଟ୍ୟ ବ୍ୟକ୍ତିତ୍ୱ, ସାଂସ୍କୃତିକ କର୍ମୀ ଏବଂ ଶୁଭେଚ୍ଛୁମାନେ ବହୁଳ ଭାବରେ ପ୍ରଶଂସା କରିଛନ୍ତି। ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ ସହିତ, ଶରତ କୁମାର ଜେନାଙ୍କୁ ଏବେଠାରୁ ଡକ୍ଟର ଶରତ କୁମାର ଜେନା ନାମରେ ସମ୍ବୋଧିତ କରାଯିବ। ବନ୍ଧୁ, ପ୍ରଶଂସକ ଏବଂ ସାହିତ୍ୟିକ ଏବଂ ସାଂସ୍କୃତିକ ସମାଜର ସଦସ୍ୟମାନେ ଡକ୍ଟର ଜେନାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଛନ୍ତି, ତାଙ୍କ ସାହିତ୍ୟ ଏବଂ ସାଂସ୍କୃତିକ ଯାତ୍ରାରେ ଉତ୍ତରୋତ୍ତର ସଫଳତା କାମନା କରିଛନ୍ତି।