ବ୍ରାହ୍ମଣୀର ଦ୍ୱିତୀୟ ବନ୍ୟାରେ ପୁଣି ଭାସିଗଲା ଘାଇ!
ବରୀ, ୧୬/୦୮ ( ରଂଜିତ ମହାନ୍ତି ) : ଯାଜପୁର ବରୀ ବ୍ଲକ ଚନ୍ଦନପୁରରେ ପ୍ରଥମ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇକୁ ବାଲିବସ୍ତା ମାଧ୍ୟମରେ ମରାମତି କରାଯାଇଥିଲା। ହେଲେ ଦ୍ୱିତୀୟ ବନ୍ୟାଜଳର ପ୍ରଖର ସ୍ରୋତରେ ସେହି ମରାମତି ପୁଣି ଭାସିଯାଇଥିବା ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ବରୀ ବ୍ଲକ ଚନ୍ଦନପୁର ଅଞ୍ଚଳରେ ବ୍ରାହ୍ମଣୀ ନଦୀରେ ଆସିଥିବା ପ୍ରଥମ ବନ୍ୟାଜଳରେ ଘାଇ ସୃଷ୍ଟି ହୋଇଥିଲା। ପରେ ବାଲିବସ୍ତା ପକାଇ ଘାଇକୁ ମରାମତି କରାଯାଇଥିଲା। କିନ୍ତୁ ଦ୍ୱିତୀୟ ବନ୍ୟାଜଳର ପ୍ରବଳ ସ୍ରୋତରେ ମରାମତି କରାଯାଇଥିବା ଘାଇ ପୁଣି ଭାସିଯାଇଛି। ଏହା ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।