Hot Posts

6/recent/ticker-posts

ବନ୍ୟା ବିପନ୍ନଙ୍କୁ ବିଶ୍ଵ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ବରୀ, ୦୩/୦୮ ( ରଂଜିତ ମହାନ୍ତି ) : ଆକସ୍ମିକ ବନ୍ୟା ପରିସ୍ଥିତି ରେ ଯାଜପୁର ଜିଲ୍ଲା ତରଫରୁ ବିଶ୍ଵ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ବରୀ ଅଞ୍ଚଳର ବିଭିନ୍ନ ବନ୍ୟା ବିପନ୍ନଙ୍କ ନିକଟରେ ଶୁଖିଲା ଖାଦ୍ୟ ପହଞ୍ଚାଇବା ସହ ସୁବିଧା ଅସୁବିଧା କଥା ବୁଝିଥିଲେ । ବନ୍ୟା ଧୀରେ ଧୀରେ କମୁଥିଲେ ମଧ୍ୟ ଅନେକ ବିପନ୍ନ ଏବେବି ଅନେକ ବନ୍ୟା ଆଶ୍ରୟ ସ୍ଥଳି ଏବଂ ବିଦ୍ୟାଳୟ ମାନଙ୍କ ରେ ସମସ୍ୟା ଘେରରେ ଏବେବି ରହିଛନ୍ତି। ସେବା, ସୁରକ୍ଷା ଏବଂ ସଂସ୍କାର ଭଳି ବୈଚାରିକ ପ୍ରୟୋଗ ଦୃଷ୍ଟିରୁ ଆଜି ବିଶ୍ଵ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ କିମ୍ଭିରିଆପାଳ ପଞ୍ଚାୟତ ର ଶବର ସାହି, ଚୁଡ଼ାକଳଛକ, ମିଳିମିଳାପୁର, ମାଳଦା, କିମ୍ଭିରିଆପାଳ ସ୍ଥିତ କଲ୍ୟାଣ ମଣ୍ଡପ ପ୍ରଭୃତି ସ୍ଥାନରେ ଶୁଖିଲା ଖାଦ୍ୟ ବଣ୍ଟନ ସହ ବନ୍ୟା ବିପନ୍ନଙ୍କ ସୁବିଧା ଅସୁବିଧା କଥା ବୁଝିଥିଲେ । ଏହି କାର୍ଯ୍ୟକ୍ରମ ରେ ବଜରଙ୍ଗ ବିଭାଗ ପ୍ରମୁଖ ଚନ୍ଦ୍ରକାନ୍ତ କର, ବିଶ୍ଵ ହିନ୍ଦୁ ପରିଷଦ ସମ୍ପାଦକ ରାଜ କିଶୋର ମଲ୍ଲିକ । ବିଶ୍ଵ ହିନ୍ଦୁ ପରିଷଦ ସମର ସତ୍ତା ପ୍ରମୁଖ ଚିତ୍ତ ରଞ୍ଜନ ପରିଡ଼ା, ବରୀ ପ୍ରଖଣ୍ଡ ସଭାପତି ଯୁବ ସମାଜସେବୀ ଡଃ ବିଶ୍ଵନାଥ ତ୍ରିପାଠୀ,ସମ୍ପାଦକ କବୀର୍ ଦାସ, କୈବଲ୍ୟ ଭାଇ, ଶ୍ରୀକାନ୍ତ ଦାସ,ବିଷ୍ଣୁ ଚରଣ ସାହୁ, ଦେବେନ୍ଦ୍ର ଶର୍ମା, କୈଳାସ ଭାଇ, ସଂଗ୍ରାମ ପଲେଇ, ଚିନ୍ମୟୀ ମହାନ୍ତି ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବରୀ ପାଇଁ ନିୟୋଜିତ ହୋଇଥିବା N.D.R.F ର କର୍ମଚାରି ଭାଇ ମାନେ ସହଯୋଗ କରିଥିଲେ ।