ତିଖlଲି ନିମ୍ନ ଇନ୍ଦ୍ର ପ୍ରକଳ୍ପରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ
ନୂଆପଡା, ୨୯/୦୭ ( ପରମେଶ୍ୱର ମେହେର ) : ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖ୍ ନୂଆପଡ଼ା ଜିଲା ତିଖଲି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ସୋମବାର ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ଜଳାଶୟର ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ସତର୍କତାର ସହ ଗେଟ ଖୋଲାଯାଇଛି ତିଖାଲି ଜଳସେଚନ ଚନ ପ୍ରକଳ୍ପର ମୋଟ ଜଳ ଜଳ ଧାରଣ କ୍ଷମତା ୨୬୫ମିଟର ରହିଥିବା ବେଳେ ସୋମବାର ପର୍ଯ୍ୟନ୍ତ ଜଳସ୍ତର ୨୬୩.୫୫ ମିଟର ଛୁଇଁସାରିଛି ଗତ ବର୍ଷ ଏହି ସମୟରେ ଜଳସ୍ତର ୨୬୩ ମିଟର ଥିଲା। ବର୍ତ୍ତମାନ ନ ଜଳାଶୟକୁ ପ୍ରତି ସେକେଣ୍ଡ କେଣ୍ଡରେ ୬୧ ଘନପୁଟ ଜଳ ପ୍ରବେଶ କରୁଛି ଅଧିକ ଜଳ ଚାପକୁ ନିୟନ୍ତ୍ରଣ କରିବା ପାଇଁ ଆଜି ୫ ଗେଟ ଗଟ ମଧ୍ୟରୁ ଗୋଟିଏ ଖୋଲାଯାଇଛି I ଏହି ଗେଟ ମାଧ୍ୟମରେ ପ୍ରତି ସେକେଣ୍ଡରେ ୬୭ ଘନପୁଟ ଜଳ ନିଷ୍କାସିତହେଉଛି ବୋଲି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଜୟପୁରିଆ ପ୍ରକାଶ କରିଛନ୍ତି। ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଭିଡ଼ ଜମାଇଥିଲେ। ପ୍ରକଳ୍ପରୁ ଜଳ ନିଷ୍କାସନ ନ ହେବା ବା ପରେ ତଳି ଅଞ୍ଚଳରେ ସତର୍କତା ର୍କତା ଜାରି କରାଯାଇଛି ଯାଇଛି। ଅଧିକ ବର୍ଷା ହେଲେ ଅ ଆଉ ଗେଟ ଖୋଲିବା ନେଇ ପ୍ରଶାସନ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ