ସାହାଡ଼ା ଗ୍ରାମରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପାଳିତ
ଯାଜପୁର, ୧୬/୦୭ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ଗ୍ରାମ ପଞ୍ଚାୟତ ଅଧୀନ ସାହାଡ଼ା ଗ୍ରାମରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମାଁ କାଳି ମନ୍ଦିରରୁ ସକାଳୁ ସକାଳୁ ସ୍ବତନ୍ତ୍ର ନୀତି କାନ୍ତି ଶେଷ ହେବାପରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ଆରମ୍ଭ ହେଇଥିଲା। ଘଣ୍ଟ ଘଣ୍ଟା ଶଙ୍ଖ ଧ୍ବନି ଏବ ଭକ୍ତଙ୍କ ହରି ବୋଲ ହୁଳହୁଳି ରେ ଜଗନ୍ନାଥ, ବଳଭଦ୍ର,ଦେବୀ ସୁଭଦ୍ରା ଙ୍କୁ ସୁସଜ୍ଜିତ ରଥକୁ ବିଜେ କରାଯାଇଥିଲା। ପରମ୍ପରା ନିତି ଅନୁଯାୟୀ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।ପରେ ରଥ ଟଣା ଆରମ୍ଭ ହେଇଥିଲା। ଶ୍ରଦ୍ଧାଳୁ ଭକ୍ତମାନେ ରଥକୁ ଟାଣୀ ଟାଣୀ ନେଇ ଗ୍ରାମ ପରିକ୍ରମା କରିଥିଲେ।ପରେ ରଥ କୁ ଟଣୀ ମାଉସୀ ମାଁ ମନ୍ଦିର ପାଖରେ ରଖିଥିଲେ।ଏହି ଘୋଷଯାତ୍ରା ଭାଇଚାରା ଓ ଏକତାର ଉଦାହରଣ।