Hot Posts

6/recent/ticker-posts

ବାଲିଆପାଳ ରେ ମାଳମାଳ ନକଲି ସାମ୍ବାଦିକ - ନିଜସ୍ବ ୟୁଟ୍ୟୁବ୍ ଚ୍ୟାନେଲ କରି କହୁଛନ୍ତି ମୁଁ ସାମ୍ବାଦିକ l

ବାଲେଶ୍ୱର , ୧୬/୦୭ (ପ୍ରଭାକର ମଲ୍ଲିକ) : କିଛି ବର୍ଷ ତଳେ ଗଣମାଧ୍ୟମ ତଥା ତାଙ୍କର ପ୍ରତିନିଧି ଙ୍କ କାର୍ଯ୍ୟ ଓ କର୍ତ୍ତବ୍ୟ କୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ବାସ ଭରଷା ଏବଂ ସମ୍ମାନ ରହିଥିଲା। ତେବେ ବର୍ତମାନ ଡିଜିଟାଲ୍ ଯୁଗରେ ଗଣମାଧ୍ୟମ ପ୍ରତିନିଧି ହୁଅନ୍ତୁ କିମ୍ବା ମିଡିଆ ହାଉସ୍ ଉପରେ ଲୋକଙ୍କ ଆସ୍ଥା ବିଶ୍ବାସ ଭରଷା ନଥିବା ବେଳେ, ବିଭିନ୍ନ ନାମରେ କଟାକ୍ଷ କରି ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି। ଏବେ ମାଳମାଳ ଯୁବକ ଯୁବତୀ ନିଜକୁ ସାମ୍ବାଦିକ ପରିଚୟ ଦେଇ,ବେକରେ ଆଇକାର୍ଡ ତଥା ହାତରେ ଏକାଧିକ ବୋମ୍ ଧରି, ବିଭିନ୍ନ ବେଆଇନ୍ କାର୍ଯ ତଥା ଗାଡିରେ ପ୍ରେସ୍ ଲେଖି ବୁଲୁଛନ୍ତି। ସାରା ରାଜ୍ୟରେ ଏପରି ନକଲି ସାମ୍ବାଦିକ ମାତିଥିବା ବେଳେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକରେ ମଧ୍ୟ ଦେଖିବାକୁ ମିଳୁଛି।ଡିଜିଟାଲ୍ ଯୁଗରେ ୟୁଟ୍ୟୁବରେ ଏକ ଚ୍ୟାନେଲ ଖୋଲି ଦେଇ, ସାମ୍ବାଦିକ ବୋଲି ପରିଚୟ ଦେଇ ବିଭିନ୍ନ ଲୋକଙ୍କୁ ବ୍ଲାକ୍ ମେଲ୍ କରି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଦେଖିବାକୁ ମିଳୁଛି। ଫଳରେ ଅସଲ ସାମ୍ବାଦିକ ମାନେ ମଧ୍ୟ ନକଲି ମାନଙ୍କ ସହ ବଦନାମ୍ ହେଉଥିବାର ଦେଖିବାକୁ ମିଳୁଛି। ଏଥିରେ ମହିଳା ମାନେ ମଧ୍ୟ ବାଦ୍ ପଡ଼ିନାହାନ୍ତି। ଏକାଧିକ ମହିଳା ମଧ୍ୟ ନିଜକୁ ସାମ୍ବାଦିକା ର ପରିଚୟ ଦେଇ, ବ୍ଲକ୍ ର ବିଭିନ୍ନ ସରକାରୀ ଅଧିକାରୀ, କର୍ମଚାରୀ ତଥା ଠିକାଦାର ଠାରୁ ଆରମ୍ଭ କରି ମାଫିଆ ମାନଙ୍କ ଠାରୁ ଡରାଇ ଧମକାଇ ଅର୍ଥ ଆଦାୟ କରୁଥିବା ଦେଖିବାକୁ ମିଳୁଛି। ଖାଲି ସେତିକି ନୁହେଁ ନିଜକୁ ସମାଜସେବୀ ର ପରିଚୟ ଦେଉଥିବା ତଥା ସାମାଜିକ କର୍ମୀ ମାନେ ମଧ୍ୟ ନିଜର ପ୍ରଚାର ପ୍ରସାର ପାଇଁ, ୟୁଟ୍ୟୁବ ଚ୍ୟାନେଲ କରୁଥିବା ବେଳେ, ସେମାନେ ମଧ୍ୟ ସାମ୍ବାଦିକ ର ପରିଚୟ ଦେବା ଆରମ୍ଭ କଲେଣି।ସ୍ମାର୍ଟଫୋନ୍ ତଥା ଶସ୍ତା ଡାଟାର ସୁଯୋଗ ନେଇ ଛତୁ ଫୁଟିଲା ପରି ଖୋଲିଯାଇଛି ୟୁଟ୍ୟୁବ୍ ଚ୍ୟାନେଲ୍ । ଯେଉଁମାନେ ଦିନେ ସାଧାରଣ ଲୋକ ଥିଲେ ତଥା ନିଜର ସମସ୍ୟା ପାଇଁ ସାମ୍ବାଦିକ ମାନଙ୍କୁ ଡାକୁଥିଲେ କିମ୍ବା ସାମ୍ବାଦିକ ସମ୍ମିଳନୀ କରୁଥିଲେ,ଏବେ ସେମାନେ ଜଣେ ଜଣେ ସାମ୍ବାଦିକ। ସେମାନେ ଏକାଧିକ ନକଲି ବୁମ୍ ଏବଂ ବେକରେ ଆଇଡି ଝୁଲାଇ ନିଜକୁ ଗଣମାଧ୍ଯମର ବଡ଼ ପ୍ରତିନିଧି ବୋଲି ଦାବି କରୁଛନ୍ତି । ଦିନେ ଯେଉମାନେ ସାମ୍ବାଦିକ ମାନଙ୍କୁ ନିଜର ତଥା କମ୍ୟୁନିଟିର ସମସ୍ୟା ଲୋକ ଲୋଚନକୁ ଆଣିବା ପାଇଁ ସାମ୍ବାଦିକ ମାନଙ୍କୁ ଡାକୁଥିଲେ।ଏବେ ସେମାନେ ନିଜକୁ ସାମ୍ବାଦିକ କହି,ସେହି ସାମ୍ବାଦିକ ମାନଙ୍କ ସହ ରହି ଖବର ପ୍ରସାରଣ କରୁଛନ୍ତି। ସରକାରୀ ନିୟମ କହେ ସରକାରୀ କାର୍ଯ୍ୟକ୍ରମ ହେଉ କିମ୍ବା ଦଳୀୟ କାର୍ଯ୍ୟକ୍ରମ କୁ ପଞ୍ଜିକୃତ ଗଣମାଧ୍ୟମର ପ୍ରତିନିଧି ଙ୍କୁ ଖବର ପ୍ରସାରଣ ପାଇଁ ଅନୁମତି ମିଳିଥାଏ । କିନ୍ତୁ ବର୍ତ୍ତମାନ ତାହାର ଓଲଟା ଦେଖିବାକୁ ମିଳୁଛି,ଅଣସାମ୍ବାଦିକ ମାନେ ମିଡିଆ ଗ୍ୟାଲେରୀ ରେ ଆଗଧାଡିରେ ବସୁଥିବା ବେଳେ,ଅସଲି ସାମ୍ବାଦିକ କିମ୍ବା ପଞ୍ଜିକୃତ ସଂସ୍ଥା ର ପ୍ରତିନିଧି ବସିବା ପାଇଁ ଚେୟାର ନପାଇ ଏଣେ ତେଣେ ବୁଲିବୁଲି ଖବର ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ଡ଼ିଭିଲାଲ ଯୁଗରେ ସାମ୍ବାଦିକତାର ଅବକ୍ଷୟ ଏବେ ଚିନ୍ତା ର କାରଣ ପାଲଟିଛି। ତେବେ ବାଲିଆପାଳ ବ୍ଲକରେ ପ୍ରିଣ୍ଟ କୁହନ୍ତୁ କିମ୍ବା ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ପ୍ରତିନିଧି କଥା କୁହନ୍ତୁ , ଶତାଧିକ ଯୁବକ ଯୁବତୀ ନିଜକୁ ସାମ୍ବାଦିକ ପରିଚୟ ଦେଇ,ନିଜର ବେଆଇନ୍ କାର୍ଯ୍ୟକଳାପକୁ ବଢାଇବାରେ ଲାଗିପଡିଛନ୍ତି। ଏମିତିକି ଏକ ପ୍ରତିଷ୍ଠିତ ଟିଭି ଚ୍ୟାନେଲ ର ଜନୈକ ସାମ୍ବାଦିକ ନିଜର ନାମ ପରିବର୍ତ୍ତନ କରି,ବଡଭାଇର ନାଁ ଓ ଶିକ୍ଷାଗତ ଯୋଗ୍ୟତା ର ସାର୍ଟିଫିକେଟ ବଳରେ ଦୀର୍ଘ ଦଶବର୍ଷ ହେବ କାର୍ଯ କରୁଛନ୍ତି। ସେ ଜଳେଶ୍ଵର ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବା ବେଳେ ଜଳେଶ୍ଵର,ଭୋଗରାଇ,ବସ୍ତା ଓ ବାଲିଆପାଳ ବ୍ଲକରେ ପ୍ରତିନିଧି ଭାବରେ କାର୍ଯ୍ୟ କରୁଛନ୍ତି। ତେବେ ଗଣମାଧ୍ୟମ ଅସତ୍ୟର ମୁଖା ଖୋଲୁଥିବା ବେଳେ,ଯଦି ସାମ୍ବାଦିକ ଜଣକ ନିଜର ନକଲି ନାଁ ଓ ଦସ୍ତାବିଜ ବ୍ୟବହାର କରନ୍ତି, ତେବେ ଗଣମାଧ୍ୟମ ର ପରିଚୟ ଆଉ କଣ ରହିବ। ବାଲିଆପାଳ ବ୍ଲକର ନିଜ ଘର ହୋଇଥିବା ବେଳେ,ଏପରି ନକଲି ନାମ ଧାରୀ ଛଦ୍ମବେଶୀ ସାମ୍ବାଦିକ ଙ୍କ ଅସଲ ମୁଖା ଖୋଲିବା ଦରକାର।ନିଜେ ଜଣେ ଠକ ଓ ଛଦ୍ମନାମ ଧାରୀ ହୋଇଥିବା ବେଳେ, ସାମ୍ବାଦିକ ଜଣକ ସମାଜରେ ଚାଲୁଥିବା ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ,ଦଲାଲି ଓ ଠକେଇ ପରି ଘଟଣାର ଖବର ପ୍ରସାରଣ କେମିତି କରିବେ ? ତେବେ ଏପରି ନକଲି ସାମ୍ବାଦିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସହ ସରକାରଙ୍କ ଲୋକସଂପର୍କ ବିଭାଗ ଏହାର ତଦନ୍ତ କରିବା ଜରୁରୀ। ତେବେ ବାଲିଆପାଳ ବ୍ଲକରେ କାର୍ଯ୍ୟକରୁଥିବା ତଥା ନିଜକୁ ସାମ୍ବାଦିକ ପରିଚୟ ଦେଉଥିବା,ସମସ୍ତ ପ୍ରତିନିଧି ଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ହେବା ଜରୁରୀ।ଅସଲି ସାମ୍ବାଦିକ ମାନଙ୍କୁ ବାଦ୍ ଦେଇ ନକଲି ତଥା ୟୁଟ୍ୟୁବର ଏବଂ ଅଣପଞ୍ଜିକୃତ ସାମ୍ବାଦିକ ମାନଙ୍କୁ ଚିହ୍ନଟ କରି, କାର୍ଯ୍ୟାନୁଷ୍ଠାନ ର ଆବଶ୍ୟକତା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଧିକାଂଶ ସାମ୍ବାଦିକ ପରିଚୟ ଦେଉଥିବା ନକଲି ସାମ୍ବାଦିକ , ବହୁ ଅନୈତିକ କାର୍ଯ୍ୟକଳାପ ଦଲାଲି କରିଥିବା ନଜରକୁ ଆସୁଛି। କାହାର ଛତ୍ର ଛାୟାରେ ଏହି ନକଲି ତଥା ୟୁଟ୍ୟୁବର ମାନେ ଆଗଧାଡ଼ିରେ ଦେଖା ଯାଉଛନ୍ତି । ପ୍ରକୃତ ସାମ୍ବାଦିକଙ୍କୁ ପଛକୁ ଠେଲି ଏହି ଅଣ-ସାମ୍ବାଦିକମାନେ ମଞ୍ଚ ଆଗରେ ଭିଡ଼ ଜମାଉଛନ୍ତି, ଯାହା ପ୍ରଶାସନର ନୀତି ଉପରେ ପ୍ରଶ୍ନ ଉଠାଉଛି l