Hot Posts

6/recent/ticker-posts

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା କର୍ମୀଙ୍କ ଆନ୍ଦୋଳନ

ରାୟଗଡା, ୧୬/୦୭ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସୁରକ୍ଷା କର୍ମୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏକ ଘରୋଇ ସଂସ୍ଥା ଅଧୀନରେ ପ୍ରାୟ ୮୦ ଜଣ ସୁରକ୍ଷା କର୍ମୀ ଏଠାରେ କାର୍ଯ୍ୟରତ ଅଛନ୍ତି। ତେବେ ଟେଣ୍ଡର ନେବା ଦିନଠାରୁ ସଂପୃକ୍ତ କମ୍ପାନୀ ନିୟମିତ ମାସିକ ଦରମା ଦେଉ ନଥିବା ଏବଂ ଇ.ପି.ଏଫ୍ (EPF) ପ୍ରଦାନରେ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଦୀର୍ଘ ମାସ ଧରି ବକେୟା ଦରମା ନମିଳିବାରୁ ସୁରକ୍ଷା କର୍ମୀଙ୍କ ପରିବାର ପ୍ରତିପୋଷଣରେ ଘୋର ସମସ୍ୟା ଦେଖାଦେଇଛି। ନ୍ୟାଯ୍ୟ ମଜୁରୀ ଓ ବକେୟା ଅର୍ଥ ତୁରନ୍ତ ପ୍ରଦାନ ଦାବିରେ ଆଜି ସେମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।