Hot Posts

6/recent/ticker-posts

ଭବାନୀପାଟଣା, ଅଟାଙ୍ଗଗୁଡ଼ା ସ୍ଥିତ ୬୪ ବାଟାଲିୟନ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କ୍ୟାମ୍ପ ପକ୍ଷରୁ ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା ଉତ୍ସବ ଭକ୍ତି ଓ ଆଡମ୍ବରର ସହ ପାଳନ କରାଯାଇଛି।

କଳାହାଣ୍ଡି, ୧୬/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ପବିତ୍ର ରଥଯାତ୍ରା ଅବସରରେ କ୍ୟାମ୍ପ ପରିସରରେ ବିଧିବଦ୍ଧ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କ ପୂଜାର୍ଚ୍ଚନା କରାଯିବା ସହ ରଥଯାତ୍ରାର ଆୟୋଜନ ହୋଇଥିଲା। ଏହି ଅବସରରେ ସିଆରପିଏଫ୍ ଅଧିକାରୀ, ଜବାନ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ବହୁ ଭକ୍ତ ଉତ୍ସାହର ସହ ସାମିଲ ହୋଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଭକ୍ତିମୟ ପରିବେଶ ମଧ୍ୟରେ ହରିନାମ ସଂକୀର୍ତ୍ତନ, ଭଜନ-କୀର୍ତ୍ତନ ଓ ପ୍ରସାଦ ସେବନର ଆୟୋଜନ ହୋଇଥିଲା। ସମସ୍ତେ ମହାପ୍ରଭୁଙ୍କ ନିକଟରେ ଦେଶର ଶାନ୍ତି, ସମୃଦ୍ଧି ଓ ସର୍ବଜନଙ୍କ ମଙ୍ଗଳ କାମନା କରିଥିଲେ।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ