ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ସର୍ବେକ୍ଷଣ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ l
ବେଗୁନିଆ, ୨୨/୦୭ ( ମାନସ ରଞ୍ଜନ କର ) : ବେଗୁନିଆସ୍ଥିତ ପି ଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବେଗୁନିଆ ଓ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏମ ଆଇ ଏସ ପି ସି, ଟି ସି ସାଧନ କେନ୍ଦ୍ର ସଂଯୋଜକ ଓ ଆକାଉଣ୍ଟାଣ୍ଟ ମାନଙ୍କ ନିମନ୍ତେ ଏକ ସର୍ବେକ୍ଷଣ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ପ୍ରକଳ୍ପ ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା ସାହୁ ଯୋଗଦାନ କରି ବିଦ୍ୟାର୍ଥୀ ପ୍ରୋଗ୍ରେସନ , ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଡିଜିଟାଲ ଉପସ୍ଥାନ , ଆପାର ଆଇଡି ଟାବଲେଟ ମାଧ୍ୟମରେ ଏବଂ ଚ୍ୟାନେଲ ୧୩୯, ୧୪୦, ୧୪୧, ୧୪୨ ପ୍ରଦର୍ଶନ କରି ବୋର୍ଡରେ ରିଡ ଟୁ ମି ଆପ୍ ରେ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷାଦାନ ଏବଂ ଏକାଡେ଼ମିକ କ୍ଷେତ୍ରରେ ପ୍ରଗତି ଇତ୍ୟାଦି ସମ୍ପର୍କରେ ବିଷଦ ଭାବରେ ଉପସ୍ଥାପନ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା କାର୍ଯ୍ୟକ୍ରମର ସଫଳ ରୁପାୟନ ନିମନ୍ତେ ଗୋଷ୍ଠୀ ଶିକ୍ଷାଅଧିକାରୀ, ସହଗୋଷ୍ଠୀ ଶିକ୍ଷା ଅଧିକାରୀ, ପ୍ରଧାନଶିକ୍ଷକ /ଶିକ୍ଷୟତ୍ରୀ ଏମ ଆଇ ଏସ ପି ସି ଆକାଉଣ୍ଟାଣ୍ଟ ମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯାଜ୍ଞସେନୀ ସାହୂ ଓ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବେଗୁନିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ଓସେପା ପ୍ରୋଗ୍ରାମର ଶୁଭଲକ୍ଷ୍ମୀ ପାଣିଗ୍ରାହୀ, ଟେକ୍ନିକାଲ ସପୋର୍ଟର ଜ୍ୟୋତି ରଞ୍ଜନ ଦାଶ , ଖୋର୍ଦ୍ଧା ଜିଲ୍ଲା ପ୍ରୋଗ୍ରାମର ବିଭୁତି ଭୂଷଣ ଦାଶ, ହିଟାଚି ଟି ଏସ ଇ କୁନା ପାତ୍ର ଏବଂ ସୁରଂଜିତ ପତି ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ବଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସି ଆର ସି ସି ଗଣେଶ୍ୱର ସାହୂ ସଂଯୋଜନା କରିଥିଲେ। ଯୁଗ୍ମ ନିର୍ଦ୍ଧେଶିକା ଶ୍ରୀମତୀ ସାହୂ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବେହେରା କେତେକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର, ପ୍ରଭାତ ନିଶଙ୍କ ଓ ବିରଞ୍ଚି ନାରାୟଣ ସାହୂଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସି ଆର ସି ସି ସରୋଜ କୁମାର ବେହେରା, ଲୋକନାଥ ସାହୂ, ସୂର୍ଯ୍ୟନାରାୟଣ ପଣ୍ଡା, ବେଗୁନିଆ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ ଚନ୍ଦ୍ର ସେଠି ଓ ତ୍ରିନାଥ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।