Hot Posts

6/recent/ticker-posts

ପିଆଜ ଚାଷୀ ଙ୍କ ପାଇଁ ସରକାର ବିହନ ଯୋଗାଇ ନ ପାରିବା ଦୁର୍ଭାଗ୍ୟ ଜନକ :ଅମୀୟ ପଟନାୟକ

ଭବାନୀପାଟଣା, ୩୧/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଗ୍ରସ୍ତରେ ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଟ ରାଷ୍ଟ୍ରୀୟ ସଂଯୋଜକ ଅମୀୟ କୁମାର ପଟନାୟକ ଆସି ବିଭିନ୍ନ ଚାଷୀ ଙ୍କ ସହ ଆଲୋଚନା କରି ସମସ୍ୟା ବୁଝିଥିଲେ. ଏହାପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ସମବାୟ ବିତ ସମିଳନୀ ଅନୁଷ୍ଠିତ ହୋଇଯାଇଛି.ଜିଲ୍ଲା ସଭାପତି ଜଳନ୍ଧର ନାଏକ ଙ୍କ ଅଧକ୍ଷତା ରେ ଆୟୋଜିତ ସମିଳନୀ ରେ ଅଖିଳ ଭାରତ କିଷାନ କଂଗ୍ରେସ ତଥା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଟ ରାଷ୍ଟ୍ରୀୟ ସଂଯୋଜକ ଅମୀୟ କୁମାର ପଟନାୟକ ଯୋଗ ଦେଇ ପଂଚାୟତ ସ୍ତରରେ ସମବାୟ କୁ ସୁଦୃଢ କରି ସୁ ପରିଚାଳନା କରିବା ପାଇଁ କଂଗ୍ରେସ ଖସଡ଼ା ପ୍ରସ୍ତୁତ କରିଛି ବୋଲି ପ୍ରକାଶ କରିଥିଲେ .ଏହା ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ ଯେ କୃଷି ବୀମା ରାଶି ପଞ୍ଜିକରଣ ଅବଧି ତାରିଖ 31 ଜୁଲାଇ ପରିବର୍ତ୍ତେ ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବୀ ରଖିଥିଲେ. ପ୍ରତି ଗ୍ରାମକୁ ଏକକ ୟୁନିଟ ଭାବେ ନେଇ ଫସଲ ବୀମାରେ ଚାଷୀଙ୍କୁ ସାହାଯ୍ୟ କରାଯାଉ, କଳାହାଣ୍ଡି ଜିଲ୍ଲା ତଥା ରାଜ୍ୟର ସାର ର କୃତିମ ଅଭାବ ଦେଖାଇ ସାର ର କଳା ବଜାରି ଵୃଦ୍ଧି କରାଯାଇ ଚାଷୀଙ୍କୁ ଶୋଷଣ କରାଯାଉଛି.. କଳାହାଣ୍ଡିର ପିଆଜ ଉନ୍ନତ ମାନର,ସ୍ୱାଦିଷ୍ଟ, ଔଷଧ ଯୁକ୍ତ ଅଟେ. ଚଳିତ ବର୍ଷ 45 ହଜାର ମେଟ୍ରିକ ଟନ ପିଆଜ ଉତ୍ପାଦନ ହୋଇଥିଲା. ଶୀତଳ ଭଣ୍ଡାର ଅଭାବରୁ ଚାଷୀ ଉଚିତ ମୂଲ୍ୟ ରେ ପିଆଜ ବିକ୍ରି କରି ପାରୁନାହିଁ. ଅଭାବୀ ବିକ୍ରି ର ସମ୍ମୁଖୀନ ହେଉଛି.ବିଜେଡି ସରକାର ସମୟରେ ପିଆଜ ଶୀତଳ ଭଣ୍ଡାର ନଥିଲାବେଳ ବିଜେପି ସରକାର ଚାଷୀଙ୍କୁ ବିହନ ଯୋଗାଇ ପାରୁ ନଥିବା ଭଳି ଘଟଣା ଦୁର୍ଭାଗ୍ୟ ଜନକ, ଅପାରଗ କୃଷି ମନ୍ତ୍ରୀ ଦଳ ର ପ୍ରଚାର ରେ ଲିପ୍ତ ରହି ଚାଷୀଙ୍କ ସମସ୍ୟା ଭୁଲି ଯାଇଛନ୍ତି.ପିଆଜ ସାଇତା ଘର ଗୁଡିକ ଏବେ କୁକୁଡ଼ା ଘର ପାଲଟିଛି. ଅପାରଗ କୃଷି ମନ୍ତ୍ରୀ ଙ୍କ ପାଇଁ ଚାଷୀ ଆଜି ଦୟନୀୟ ସ୍ଥିତିରେ. ସମବାୟ ସଂସ୍ଥା ରେ ସଭ୍ୟ ବଦଳ ରେ ଅନେକ ଅଣ ସଭ୍ୟ ଙ୍କ ପାଦୁର୍ଭାବ ଦେଖା ଦେଇଛି ବୋଲି ଶ୍ରୀ ପଟନାୟକ ପ୍ରକାଶ କରିଥିଲେ. ଏହି ସାମ୍ବାଦିକ ସମିଳନୀ ରେ ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାୟକ, ରାଜ୍ୟ ଶୃଙ୍ଖଳା କମିଟି ସଦସ୍ୟ ଇନ୍ଦ୍ରଜିତ ମହାଖୁଡ଼, ବରିଷ୍ଠ କଂଗ୍ରେସ ନେତା ଧନୁର୍ଧର ଗହୀର, ସିଦ୍ଧାର୍ଥ ନାୟକ, ସମ୍ପାଦକ ସୁଦର୍ଶନ ବିଶ୍ୱାଳ ସମେତ ସମସ୍ତ ବ୍ଲକ ସଭାପତି ଏଵଂ ଚାଷୀନେତା ପ୍ରମୁଖ ଉପସ୍ଥିତ ଥିଲେ.



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ