Hot Posts

6/recent/ticker-posts

ଚୋରା ଦେଶୀ ମଦ ଜବତ:ବାଇକ ସହ ୩ ଗିରଫ l

ବାଲେଶ୍ୱର, ୨୧/୦୭ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା ବସ୍ତା ଅବକାରୀ ବିଭାଗ ପକ୍ଷରୁ ଆଜି ଅତର୍କିତ ଭାବେ ଚଢାଉ କରି ଚୋରା ଦେଶୀ ମଦ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଗୋଟିଏ ବାଇକ ଜବତ କରାଯାଇଛି।ପ୍ରକାଶ ଥାଉ କି ଯେ,ବସ୍ତା ଥାନା ଅନ୍ତର୍ଗତ ରଣାମୁଣ୍ଡଳି ଗାଁରେ ଚୋରା ମଦ କାରବାର ହେଉଛି ବୋଲି କୌଣସି ସୂତ୍ରରୁ ଖବର ପାଇ ଅବକାରୀ ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲେ। ପୋଲିସ ଏହି ଗ୍ରାମ କୁଶଡ଼ିହା ନିବାସୀ ନାରାୟଣ ସେନାପତିକୁ ଗିରଫ କରି ତାଙ୍କ ଠାରୁ ମଦ ସହ ଗୋଟିଏ ବାଇକ, ରଣାମୁଣ୍ଡଳୀ ନିବାସୀ ରାଜୁ ରାମ ଓ କଟି ସିଂ ଠାରୁ ମଦ ଜବତ କରି ସେମାନଙ୍କ ବିରୋଧରେ ଯଥାକ୍ରମେ କେଶ ନଂ ୬୦,୬୧,୬୨/୨୦୨୬ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।


ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l