ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାର କୃତି ଛାତ୍ର ଛାତ୍ରୀଙ୍କ ପାଇଁ ସମ୍ବର୍ଦ୍ଧନା ସଭା
ବୀରମହାରାଜପୁର, ୨୧/୦୭ ( ଜଗଦିଶ ମେହେର ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମୈତ୍ରୀ ସଦନ ଠାରେ ଗୁରୁବାର ଏକ ସମ୍ୱର୍ଦ୍ଧନା ସଭା ନାରାୟଣ ଲୁହା ଫେନ୍ କ୍ଲବ୍ ତରଫରୁ ଅନୁଷ୍ଠିତ ହୋଇଯାଇଅଛି । ଚଳିତ ୨୦୨୬ ସର୍ବଭାରତୀୟ ନିଟ୍ ୟୁଜି ପରୀକ୍ଷାରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର କୃତିତ୍ୱ ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଆବାହକ ନାରାୟଣ ଲୁହା ସଭାପତିତ୍ବ କରିଥିବାବେଳେ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ, ବରିଷ୍ଠ ନାଗରିକ ସଂଗଠନର ସଭାପତି ଦୟାନିଧି ହୋତା, କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର,ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦ,କାମ୍ୟାବ୍ ଟି ଭି ର ଜିଲ୍ଲା ବ୍ୟୁରୋ କିଶୋର ହୋତା,ସୁରୁ ନାରାୟଣ ମହାକୁର ପ୍ରମୁଖ ମଞ୍ଚାସୀନ ରହିଥିଲେ ।କୃତିତ୍ବ ହାସଲ କରିଥିବା ଛାତ୍ର ଛାତ୍ରୀ ସୁପ୍ରିୟା ପ୍ରିୟଦର୍ଶିନୀ ମିଶ୍ର, ମୁକ୍ତେଶ୍ଵର ନନ୍ଦ, ବିସ୍ମୟ ପଧାନ ମହାବୀର ମେହେର, ଅଭିନନ୍ଦନ ରାଜ୍ ପଣ୍ଡା,ଯତିନ୍ ମେହେର,ଅନୁତ୍ତମ ପାଣିଗ୍ରାହୀ ,ଚିନ୍ମୟାନନ୍ଦ ମିଶ୍ର, ଆଶିଷ କୁମାର ମିଶ୍ର, ଆରୋଶିଷ ପଣ୍ଡାଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ସହିତ ସତ୍ୟ ନାରାୟଣ ନାୟକ,ଯୁଗଳ କିଶୋର ମିଶ୍ର ପ୍ରମୁଖ ଉପଢୌକନ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଡ ଦ୍ବିତୀକୃଷ୍ଣ ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ଧୀରେନ୍ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।