Hot Posts

6/recent/ticker-posts

ଚାରବାଟିଆରେ ବିମାନବନ୍ଦର ଦାବି ଜୋରଦାର, ସାଂସଦଙ୍କ ପ୍ରସ୍ତାବକୁ ସମର୍ଥନ କରି ଆରମ୍ଭ ହେଲା ସ୍ୱାକ୍ଷର ଅଭିଯାନ

କଟକ, ୦୫/୦୭ ( କାହୁଁ ଚରଣ ବାରିକ ) : କଟକକୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ଚାରବାଟିଆରେ ବିମାନବନ୍ଦର ସ୍ଥାପନ ଦାବିକୁ ଜୋରଦାର କରିବା ଉଦ୍ଦେଶ୍ୟରେ ବିଭିନ୍ନ ସାମାଜିକ ସଂଗଠନଙ୍କ ମିଳିତ ଆନୁକୂଲ୍ୟରେ ସାଂସଦଙ୍କ ପ୍ରସ୍ତାବ ସପକ୍ଷରେ ଏକ ସ୍ୱାକ୍ଷର ଅଭିଯାନ ଆରମ୍ଭ ହୋଇଛି। ଲଗାଣ ବର୍ଷା ସତ୍ତ୍ୱେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି। ଆଜିଠାରୁ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ ସ୍ୱାକ୍ଷର ସଂଗ୍ରହ କାର୍ଯ୍ୟକ୍ରମ ଚାଲିବ। ଏହା ମାଧ୍ୟମରେ ଚାରବାଟିଆରେ ବିମାନବନ୍ଦର ସ୍ଥାପନ ଦାବିରେ ସାଧାରଣ ଲୋକଙ୍କ ସମର୍ଥନ ସଂଗ୍ରହ କରାଯିବ। ଆୟୋଜକମାନଙ୍କ ସୂଚନା ଅନୁଯାୟୀ, ଆସନ୍ତା ୧୨ ଜୁଲାଇ (ରବିବାର) ଅପରାହ୍ନ ୫ଟାରେ କଟକରୁ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ) ପର୍ଯ୍ୟନ୍ତ ଏକ ପଦଯାତ୍ରା ଆୟୋଜନ କରାଯିବ। ପଦଯାତ୍ରା ଶେଷରେ ସାଂସଦଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇ ଏକ ସ୍ମାରକପତ୍ର ପ୍ରଦାନ କରାଯିବ। ଏହି ଜନସଚେତନତା କାର୍ଯ୍ୟକ୍ରମରେ କଟକ ସହରର ବିଭିନ୍ନ ସାମାଜିକ ସଂଗଠନ ଓ ସାଧାରଣ ଜନତାଙ୍କ ସହଭାଗିତା ରହିଥିବା ବେଳେ ଅଧିକରୁ ଅଧିକ ଲୋକଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆୟୋଜକମାନେ ଆହ୍ୱାନ କରିଛନ୍ତି।