Hot Posts

6/recent/ticker-posts

ସାହାପଡା ଗୋଲା ଦାଣ୍ଡ ଠାରୁ ଜୟନ୍ତୀ ପାଠାଗାର ପର୍ଯ୍ୟନ୍ତ ରାସ୍ତାରେ ଆଣ୍ଠୁ ଆଏ ପାଣି।

ରସୁଲପୁର, ୦୫/୦୭ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ଗ୍ରାମ ପଞ୍ଚାୟତ ସାହାଡ଼ା ୱାର୍ଡ- 10  ଦୃଦସା କହିଲେ ନ ସରେ ଵର୍ଷା ଦିନେ ଗୋଲା ଦାଣ୍ଡ ଠାରୁ ଜୟନ୍ତୀ ପାଠାଗାର ରାସ୍ତା ପର୍ଯ୍ୟନ୍ତ ବର୍ଷା ଦିନେ ଆଣ୍ଠୁ ଆଏ ପାଢ଼ୀ ରାସ୍ତା ଉପରେ ଏତିକି ରହିଥାଏ। ପାଢ଼ୀ ଯିବା ପାଈଁ ରାସ୍ତା ଥିଲେ ମଧ୍ୟ ସରକାରୀ ଜମି କୁ ଲୋକମାନେ ଜୋର ଜବରଦସ୍ତି ଦଖଲ କରିଛନ୍ତି।ଏହି ବାଟ ଦେଇ ସ୍କୁଲ,କଲେଜ ,ଅଙ୍ଗନ ବାଡି ପିଲା ମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।ବଡ଼ ଦୁଃଖର ବିଷୟ ଏହି ରାସ୍ତା ପ୍ରତି କାହାର ଦାୟିତ୍ବ ନ ଥିଲା ଭଳି ମନେ ହେଉଛି। ପ୍ରାସାସନିକ ତରଫରୁ ଅନାବାଦୀ ଜମିରୁ ଉଚ୍ଛେଦ କରାଯାଇ ଡେନ ନିର୍ମାଣ କରାଗଲେ ଗ୍ରାମ ବାସି ଉପକୃତ ହୋଇ ପାରନ୍ତେ ବୋଲି ଗ୍ରାମ ବାସି ମାନେ ଦାବି କରିଛନ୍ତି। ଦେଖା ଯାଉ ଆଗାମୀ ଦିନରେ ପ୍ରଶାସନ କି ପ୍ରଦଯେପ ଗ୍ରହଣ କରୁଛି।