କଟକ ଜିଲ୍ଲାରେ କଟିଲେ ୧,୫୫,୧୬୪ ଜଣ ଭୋଟର।
କଟକ, ୦୫/୦୭ ( କାହୁଁ ଚରଣ ସ୍ୱାଇଁ ) : ସ୍ବତନ୍ତ୍ର ସଘନ ସଂଶୋଧନ ୨୦୨୬ ଅଧୀନରେ ଆଜି କଟକ ଜିଲ୍ଲା ପାଇଁ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି । କଟକ ଜିଲ୍ଲାରେ ମୋଟ ୧,୫୫,୧୬୪ ଜଣ ଭୋଟର ନାମ ବିଭିନ୍ନ କାରଣରୁ ବାଦ ପଡିଛି ।ଚୌଦ୍ଵାର କଟକରେ ନିର୍ବାଚନମଣ୍ଡଳୀ ରେ ସର୍ବାଧିକ ୨୩,୮୧୮ ଜଣ ବାଦ୍ ପଡ଼ିଛନ୍ତି।ସର୍ବନିମ୍ନ ବାଙ୍କୀ ନିର୍ବାଚନ ମଣ୍ଡଳୀ ରେ ୧୦, ୬୨୩ଜଣ ଭୋଟର ବାଦ୍ ପଡ଼ିଛନ୍ତି। କଟକ ଜିଲ୍ଲାରେ ପୂର୍ବରୁ ୨୦ ଲକ୍ଷ ୮୫ ହଜାର ୭୭୯ ଭୋଟର ଥିଲେ।ବର୍ତ୍ତମାନ ୧୯ ଲକ୍ଷ ୩୦ ହଜାର ୬୧୫ ଭୋଟର ରହିଛନ୍ତି।