ଚୌଦ୍ୱାର, ୦୩/୦୭ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : କଂଗ୍ରେସ ପକ୍ଷରୁ ମୁଖ୍ୟ-ସଂଯୋଜକ ମାନସ ପରିଡ଼ାଙ୍କ ନେତୃତ୍ୱରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଙ୍କ ନାମରେ କଟକ ମଧୁପାଟଣା ଥାନାରେ ଏତଲା ଦିଆଯାଇଛି । ସମ୍ପ୍ରତି ଜାତୀୟ ଶିକ୍ଷା ନୀତି-୨୦୨୨ କୁ ରାଜ୍ୟ ସରକାର ଲାଗୁକରି ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକ କୁ ବଦଳାଇ ନୂତନ ପାଠ୍ୟ ପୁସ୍ତକ ପ୍ରକାଶ କଲେ , ମାତ୍ର ଏଥିରେ ପ୍ରାୟ ଷୋହଳ ଶହ ରୁ ଉର୍ଦ୍ଧ୍ବ ଭୁଲ୍ ତ୍ରୁଟି ପରିଲକ୍ଷିତ ହୋଇଛି । ଝାଲ ମୁଢ଼ି , ଶୁଖୁଆ ଝୋଳ, ନିମ୍ବୁଡ଼ା ନିମ୍ବୁଡ଼ା ଗୀତ, କବିତା ସହ କବି ପରିଚୟ ଭୁଲ୍ ଥିବା, ପ୍ରଖ୍ୟାତ ବୈଜ୍ଞାନିକ ଆଇନ ଷ୍ଟାଇନ ଜଣେ ପାଇଲଟ ବୋଲି ଦର୍ଶାଯିବା, ବ୍ରହ୍ମପୁର ସହର କୁ ଜିଲ୍ଲା ବୋଲି ଦର୍ଶା ଯିବା, ଭାସ୍କୋଡା ଗାମା ଭାରତ କୁ ଗୋଲମରିଚ ନେବାକୁ ଆସିଥିଲେ, ଆମ ରାଜ୍ୟ ବିଧାନ ସୌଧ ପରିବର୍ତ୍ତେ କର୍ଣ୍ଣାଟକ ରାଜ୍ୟର ବିଧାନ ସୌଧ ର ପଟ୍ଟଚିତ୍ର ଦର୍ଷାଯିବା ସହିତ ଅନେକ ଭୁଲ ଯାହା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବ । ଏ ସରକାର ଶୈକ୍ଷିକ ଶିକ୍ଷା ବ୍ୟବସ୍ଥା କୁ ଧୂଳିସାତ୍ କରିଦେବାକୁ ବସିଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।ଜାତୀୟ ଶିକ୍ଷା ନୀତି-୨୦୨୨ କୁ ଦେଶର ସମସ୍ତ ରାଜ୍ୟ ଲାଗୁ କରିନଥିବା ବେଳେ ଆମ ରାଜ୍ୟ ସରକାର କାହିଁକି ଏତେ ତରତର ହୋଇ ଏହାକୁ ଏତେ କମ ସମୟ ମଧ୍ୟରେ ଲାଗୁ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପାଠ୍ୟ ପୁସ୍ତକରେ ମହା ପୁରୁଷ ଙ୍କ ପ୍ରତି ଅବମାନ ଓଡ଼ିଆ ଅସ୍ମିତା ପ୍ରତି ଶକ୍ତ ଅପମାନ ବୋଲି କହିଛି କଂଗ୍ରେସ ।ଏଯାଏ ସଠିକ୍ ବହି ବିଦ୍ୟାଳୟରେ ପିଲାମାନେ ପାଇ ପାରିଲେ ନାହିଁ ।ଏହି ଭୁଲ ବହି ଛପା ପାଇଁ ସରକାରଙ୍କ ର କୋଟିକୋଟି ଟଙ୍କା ପାଣିରେ ପଡ଼ିଲା । ଏସବୁ ପାଇଁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଙ୍କ ଦାୟୀ କରି ତାଙ୍କ ନାମରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଦାବି କରି ଏତଲା ଦିଆଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ-ସଂଯୋଜକ ମାନସ ପରିଡ଼ାଙ୍କ ସହିତ ଯୁବନେତା ହରିଶଙ୍କର ରାଉତ୍, ବରିଷ୍ଠ କଂଗ୍ରେସ ନେତା ନିର୍ମଳ ସ୍ୱାଇଁ ଓ ଅଶୋକ ନାୟକ, ପୂର୍ବତନ କର୍ପୋରେଟର ପ୍ରଶାନ୍ତ ଭୋଇ ଓ ହିମାଂଶୁ ରାଉତ୍, ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସମ୍ପାଦକ ସଚିଦାନନ୍ଦ ରାଉତ୍,ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଶେଖ୍ ଜାଫର, ଯୁବନେତା ଦୀପକ ସାହୁ, ଅଜୟ ଦାସ ଓ ପ୍ରତ୍ୟୁଷ ସାହୁ,ବ୍ଲକ୍ ସଭାପତି ଦିବ୍ୟ ରଞ୍ଜନ ପ୍ରଧାନ, ୱାର୍ଡ ସଭାପତି ଉମାକାନ୍ତ ସାହୁ, ପ୍ରକାଶ ମୁଦୁଲି, ରଜନୀକାନ୍ତ ବସ୍ତିଆ ଓ ରଶ୍ମିକାନ୍ତ ସାମଲ, ଶ୍ରମିକ ନେତା ଲକ୍ଷ୍ମୀଧର ଶରଣ, ଯୁବ ଆଇନଯିବୀ ଜ୍ୟୋତି ରଞ୍ଜନ ପରିଜା, ଙ୍କ ସମେତ ସ୍ୱପ୍ନ କୁମାର ସ୍ୱାଇଁ, ରଞ୍ଜନ ବେହେରା, ଲିପୂଲ୍ ରାଉତ୍, ପ୍ରମୁଖ ଯୋଗଦେଇ ଗଣ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବୀ ସହ ଏତଲା ଦେଇଥିଲେ ।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ

