Hot Posts

6/recent/ticker-posts

ସାହାସପୁର ବୈଷୟିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୭ତମ ବନମହୋତ୍ସବ ପାଳିତ ଓ ବ୍ଯାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଲଇକେରା, ୦୩/୦୭ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ସାହାସପୁର ଜବ୍ ଓରିଏଣ୍ଟେଡ୍ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ବିଭାଗ ଏବଂ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ୭୭ତମ ବନମହୋତ୍ସବ - ୨୦୨୬ ଅବସର ରେ ଏକ ବ୍ଯାପକ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ବାଗଡିହି ରେଞ୍ଜର ସୁଶ୍ରୀ ବନ୍ଦନା ପଶାୟତ,  ବାଗଡିହି ଫରେଷ୍ଟର ମୁରାରୀ ସାହୁ, ସାହାସପୁର ଫରେଷ୍ଟର ଅମୀର ପଟେଲଙ୍କ ସମେତ ବନ ବିଭାଗର ବିଭିନ୍ନ ପଦାଧିକାରୀ ମାନେ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ବାରିକଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ -ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ମାନେ ଉତ୍ସାହର ସହିତ କାର୍ଯ୍ୟକ୍ରମ‌ ରେ ସାମିଲ ହୋଇଥିଲେ ।ଅତିଥିମାନେ ବିଦ୍ୟାଳୟ ପରିସର ରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିବା ସହିତ ବୃକ୍ଷରୋପଣର ଆବଶ୍ୟକତା,ବନ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ ।ପରେ ସମସ୍ତେ ରୋପଣ କରାଯାଇଥିବା ଚାରାଗୁଡିକର ଯତ୍ନ ନେବା ଓ ସବୁଜ ପରିବେଶ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଶପଥ ନେଇଥିଲେ । କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ୟୁଥ୍ ଓ ଇକୋ କ୍ଳବ ଏବଂ ଇକୋ କ୍ଳବ ତରଫରୁ ସୁଚାରୁରୂପେ ପରିଚାଳିତ ହୋଇଥିବାବେଳେ ‌ସମସ୍ତଙ୍କ ସକ୍ରିୟ ସହଯୋଗରେ ସଫଳତାର ସହ ସମାପ୍ତ ହୋଇଥିଲା ।