ଶଙ୍କରାଖୋଲ କ୍ୟାତଲିକ ଚର୍ଚ୍ଚ ରେ ସାଧୁଥମସ ଙ୍କ ପର୍ବ ଅନୁଷ୍ଠିତ
ଚକାପାଦ, ୦୩/୦୭ ( ବାଳକୃଷ୍ଣ କହଁର ) : ଚକାପାଦ ବ୍ଲକ ଶଙ୍କରାଖୋଲ ସାଧୁ ଥମାସ କ୍ୟାତଲିକ ଚର୍ଚ୍ଚ ଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କର ପଟଶିଷ୍ୟ ସାଧୁ ଥମାସ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସାତ ଟି ମଣ୍ଡଳି ର ଖ୍ରୀଷ୍ଟ ବିଶ୍ୱାସୀ ମାନେ ପର୍ବ ପାଳନ କରିବା ପାଇଁ ଆସିଥିଲେ। ଯଥା ରାଜିକାଖୋଲ, କଟିମାହା, ଗଣ୍ଡଗାଁ, ସଦନମେଣ୍ଡି, ଲାହାବାଡି, ଉପରଖୋଲ ର ବିଶ୍ୱାସି ମାନେ ଉପସ୍ଥିତ ରହିଥିଲେ। ଏଠାକୁ କଟକ ଭୁବନେଶ୍ୱର ମହାଧର୍ମ ପ୍ରଦେଶ ର ସହକାରୀ ଧର୍ମାଧକ୍ଷ ମାନ୍ୟବର ରବୀନ୍ଦ୍ର କୁମାର ରଣସୀଙ୍ଗ ପବିତ୍ର ଦିବ୍ୟଯଜ୍ଞ ପୌରହିତ୍ୟ କରିଥିଲେ। ତାଙ୍କ ସହିତ ଅନେକ ଧର୍ମ ଗୁରୁ ଯାଜକ ମାନେ ସନ୍ମିଳିତ ଯଜ୍ଞ ରେ ସହ ଭାଗିତା ହୋଇଥିଲେ। ମାନ୍ୟବର ସହକାରୀ ଧର୍ମାଯକ୍ଷ ସାଧୁ ଥମାସ ଙ୍କ ଜୀବନି ଏବଂ କାର୍ଯ୍ୟ କଳାପ ଉପରେ ଆଲୋକପାତ କରି ତାଙ୍କ ଭଳି ଜୀବନ ଜାପନ କରିବା ପାଇଁ ହୃଦୟସ୍ପର୍ଶୀ ବାକ୍ୟ ପରିବେଷଣ କରିଥିଲେ। ସାଧୁଥମାସ ଯେମିତି ନିଜକୁ ତ୍ୟାଗକରି ଖ୍ରୀଷ୍ଟ ଙ୍କ ପାଇଁ ଜୀବନ ଜାପନ କରିଥିଲେ ସଦ୍ରୁପ ବିଶ୍ୱାସି ମାନେ ଜୀବନ ଧାରଣ କରିବା ପାଇଁ ଉଦବୋଧନ ଦେଇଥିଲେ। ମୁଖ୍ୟ ପାରିସ ପ୍ରୀଷ୍ଟ ସୁଶାନ୍ତ କହଁର, ସହକାରୀ ଯାଜକ କୁଳକାନ୍ତ ଦଣ୍ଡସେନା,ମୁଖ୍ୟ ଭ୍ରାମ୍ୟମାଣ ପ୍ରଚାରକ ଏଲିୟାସ ନାୟକ, ଶଙ୍କରାଖୋଲ ପାରିସ ବେହେରା ଗଜନା ଦିଗାଲ,ପାରିସ ସଭ୍ୟା ମେରବା ଦିଗାଲ, ଦେବେଶ୍ୱର ଦିଗାଲ,ଭୀମରାଜ ଦିଗାଲ, ଉଲିୟମ ପରିଛା ,ସାମନ୍ତ ଦିଗାଲ,ପରୀକ୍ଷିତ ଦିଗାଲ, ପଲ୍ଲବି ଦିଗାଲ ଏମାନଙ୍କ ସହାୟତା ରେ ଏହି ପାରିସ ପର୍ବ ଶୃଙ୍ଖଳିତ ଭାବରେ ହୋଇଥିବା ବେଳେ ବହୁ ସଂଖ୍ୟାରେ ଖ୍ରୀଷ୍ଟବିଶ୍ୱାସି ମାନେ ଉପସ୍ଥିତ ଥିଲେ ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ