ଓଡିଶା ରାଜ୍ୟ ଆଇନ ସେବା ପ୍ରାଧୂକରଣ ଆଇନ ସେବା ଭବନ କଟକ ଦ୍ବାରା ବନ ମହୋତ୍ସବ ସପ୍ତାହ ପାଳନ
କଟକ, ୦୪/୦୭ ( କାହୁଁ ଚରଣ ବାରିକ ) : କଟକ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧ୍ବକରଣର ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ଓଡିଶା ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତଥା ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମାନ୍ୟବର ନ୍ୟାୟମୂର୍ତ୍ତୀ ଶ୍ରୀଯୁକ୍ତ ହରିଶ ଟଣ୍ଡନ, ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତ୍ତୀ ଶ୍ରୀଯୁକ୍ତ ମାନସ ରଞ୍ଜନ ପାଠକ, ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତିଗଣ, ମାନ୍ୟବର ନ୍ୟାୟମୂର୍ତ୍ତୀ ସୁଶ୍ରୀ ସାବିତ୍ରୀ ରଥ, ମାନ୍ୟବର ନ୍ୟାୟମୂର୍ତ୍ତୀ ଶ୍ରୀଯୁକ୍ତ ମୃଗାଙ୍କ ଶେଖର ସାହୁ, ମାନ୍ୟବର ନ୍ୟାୟମୂର୍ତ୍ତୀ ଶ୍ରୀଯୁକ୍ତ ଆଦିତ୍ୟ କୁମାର ମହାପାତ୍ର, ମାନ୍ୟବର ନ୍ୟାୟମୂର୍ତ୍ତୀ ଶ୍ରୀଯୁକ୍ତ ଭି.ନରସିଂହ, ମାନ୍ୟବର ନ୍ୟାୟମୂର୍ତ୍ତୀ ଶ୍ରୀଯୁକ୍ତ ବିରଜା ପ୍ରଶନ୍ନ ଶତପଥୀ, ମାନ୍ୟବର ଶ୍ରୀଯୁକ୍ତ ନ୍ୟାୟମୂର୍ତ୍ତୀ ମୁରହରି ଶ୍ରୀରମଣ, ମାନ୍ୟବର ନ୍ୟାୟମୂର୍ତ୍ତୀ ଶ୍ରୀଯୁକ୍ତ ଗୌରୀ ଶଙ୍କର ଶତପଥୀ ଓ ମାନ୍ୟବର ନ୍ୟାୟମୂର୍ତ୍ତୀ ଶ୍ରୀଯୁକ୍ତ ଚିତ୍ତରଂଜନ ଦାଶ ବୃକ୍ଷରୋପଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ବାରା ବିଭିନ୍ନ ପରିବୈଶିକ ସମସ୍ୟା ତଥା ପ୍ରଦୂଷଣର ସପ୍ନ ଖୀନ ହେଉଥିବା ଜୈବିକ ମଣ୍ଡଳ ବୃକ୍ଷରୋପଣ ତଥା ବନୀକରଣକୁ ଆଧାର କରି ଏକ ସୁସ୍ଥ ଓ ସବୁଜ ପରିବେଶ ଗଠନ କରିବା ପାଇଁ ବାର୍ତ୍ତା ଦିଆଯାଇଛି । ଏହି ଅଭିଯାନ ଅନ୍ତର୍ଗତରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ପରିସରରେ ସ୍ବତନ୍ତ୍ର ଭାବେ ବ୍ୟାପକ ବୃକ୍ଷରୋପଣ କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର ନିବନ୍ଧକଗଣ, ଓଡିଶା ନ୍ୟାୟିକ ଅକାଦେମୀର ନିର୍ଦ୍ଦେଶକ, କଟକ ଜିଲ୍ଲା ଅଦାଲତର ଜିଲ୍ଲାଜଜ୍, କଟକ ଜିଲ୍ଲା ବନଖଣ୍ଡ ଅଧିକାରୀ, କଟକ ଆଇନ ସେବା ପ୍ରାଧୁକରଣର ସଚିବ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ନିବନ୍ଧକ ଓ ପ୍ରଧ୍ୟାପକ ଏବଂ ବନବିଭାଗର ଅଧିକାରୀଗଣ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଏହି ଉପଲକ୍ଷେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ଦ୍ବାରା ମାନ୍ୟବର ନ୍ୟାୟମୂର୍ତ୍ତୀମାନଙ୍କୁ ସ୍ଵତନ୍ତ୍ର ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ବୃକ୍ଷରୋପଣ ଅଭିଯାନକୁ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ, ଉପ ସଚିବ ଏବଂ ସହ ସଚିବ ଓ ଅଧସ୍ତନ କର୍ମଚାରୀଙ୍କ ସହଯୋଗରେ ପରିଚାଳନା କରିଥିଲେ ।