ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରାନ୍ତ ଯୁବ ପ୍ରମୁଖ ଗୋଦାବରୀଶ ପାତ୍ରଙ୍କ ମାତୃ ବିୟୋଗ
ଭବାନୀପାଟଣା, ୦୪/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ସ୍ୱଦେଶୀ ଜାଗରଣ ମଞ୍ଚ, ଓଡ଼ିଶା ପଶ୍ଚିମ ପ୍ରାନ୍ତ ଯୁବ ପ୍ରମୁଖ ଗୋଦାବରୀଶ ପାତ୍ରଙ୍କ ପୂଜ୍ୟ ମାତା ପଦ୍ମାବତୀ ଦାଶଙ୍କ ୭୧ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି l ସେ କିଛି ଦିନ ପୂର୍ବରୁ ଭୁବନେଶ୍ୱରଠାରେ ହୃଦ୍ ରୋଗର ଅସ୍ତ୍ରୋପଚାର କରିଥିଲେ l ଗତ ୩ ତାରିଖରେ ପୁଣିଥରେ ଅସୁସ୍ଥ ହେବାରୁ ତାଙ୍କ ଏକମାତ୍ର ପୁଅ ଗୋଦାବରୀଶ ଓ ସାନ ଝିଅ ନିଜ ଗାଡ଼ିରେ ଭୁବନେଶ୍ୱର ଚିକିତ୍ସା ପାଇଁ ନେଉଥିବା ସମୟରେ ଚାରିଛକ ମଧବପୁର ଠାରେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି l ତାଙ୍କ କାଳୀ ମନ୍ଦିର ପଡ଼ା ସ୍ଥିତ ବାସଭବନରେ ଆଜି ତାଙ୍କ ସ୍ୱାମୀ ସୂର୍ଯ୍ୟନାରାୟଣ ପାତ୍ର, ପୁଅ ଗୋଦାବରୀଶ ଓ ତିନି ଝିଅ ନାତି ନାତୁଣୀ ଓ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ ସ୍ଥାନୀୟ ଆଶା ସାଗର ନିକଟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି l ଶ୍ରୀମତୀ ପଦ୍ମାବତୀ ଦାଶ ଅବସର ପ୍ରାପ୍ତ ଆଇସିଡିଏସ୍ ସୁପରଭାଇଜର ଥିଲେ। ଜଣେ ଧର୍ମ ପରାୟଣା ଓ ମେଳାପୀ, ସରଳ ସ୍ଵଭାବ ସହିତ ପରୋପକାରୀ ଥିଲେ l ତାଙ୍କ ମୃତ୍ୟୁରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ