Hot Posts

6/recent/ticker-posts

ନିଜ ଚିଙ୍ଗୁଡ଼ି ଝିଲରୁ ମାଲିକଙ୍କ ମୃତ ଦେହ ଉଦ୍ଧାର।

ବାଲେଶ୍ୱର, ୨୭/୦୭ ( ସନ୍ୟାସୀ ବେହେରା ) : ସୋମବାର ସକାଳେ ବାଲିଆପାଳ ଥାନା ଅନ୍ତର୍ଗତ ଜାମକୁଣ୍ଡା ଫାଣ୍ଡି ଅଧିନ କାଠ ଶଗଡା ଗ୍ରାମର ଜଣେ ଚିଙ୍ଗୁଡ଼ି ଚାଷୀଙ୍କ ମୃତ ଦେହ ତାଙ୍କ ନିଜ ଚିଙ୍ଗୁଡ଼ି ଝିଲରୁ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଚ୍ଛି। ଘଟଣା ବିଷୟରେ ଖବର ପାଇ ଜାମକୁଣ୍ଡା ଫାଣ୍ଡି ଅଧିକାରୀ କେଶବ ଚନ୍ଦ୍ର ବେଶ୍ରା ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଜାରି ରଖିଛନ୍ତି। ମୃତ ଚିଙ୍ଗୁଡ଼ି ଝିଲ ମାଲିକ ହେଉଛନ୍ତି କାଠଶଗଡ଼ା ଗ୍ରାମର ଦେବେନ୍ଦ୍ର ଜେନାଙ୍କ ପୁଅ ଶିବଶଙ୍କର ଜେନା (୪୨)।ଶିବ ଶଙ୍କର ନିଜ ଘର ଠାରୁ ୨କିମି ଦୂରେରେ ଥିବା ଚଡରେ ନିଜ ଜମିରେ ଏକ ଚିଙ୍ଗୁଡ଼ି ଝିଲ କରି ବର୍ଷା ଦିନିଆ ଚିଙ୍ଗୁଡ଼ି ଚାଷ କରି ଆସୁଥିଲେ। ସେ ରବିବାର ସନ୍ଧ୍ୟାରେ ନିଜ ଚିଙ୍ଗୁଡ଼ି ଝିଲ କୁ ଯାଇଥିଲା। ମାତ୍ର ସକାଳ ସେ ଘରକୁ ନ ଫେଇବାରୁ ପରିବା ଲୋକେ ଝିଲ ପାଖକୁ ଯାଇ ଖୁଜାଖୁଜୀ କରି ନପାଇ ବାଲିଆପାଳ ଅଗ୍ନୀଶମ ବାହିନୀକୁ ଖବର ଦେଇ ଥିଲେ।ଅଗ୍ନୀଶମ ବାହିନୀ ଟିମ ଘଟଣା ସ୍ଥଳରେ ପହଞ୍ଚି ଚିଙ୍ଗୁଡ଼ି ଝିଲରୁ ଶିବ ଶଙ୍କରଙ୍କ ମୃତ ଦେହ ଉଦ୍ଧାର କରି ଥିଲେ।ତେବେ ମୃତ୍ୟୁର କାରଣ ଜଣା ପଡି ନାହିଁ।ପୂର୍ବରୁ ବହୁ ଚିଙ୍ଗୁଡ଼ି ଝିଲରେ କର୍ମଚାରୀଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ହୋଇ ଥିବା ଘଟଣା ଘଟିଛି।ମାତ୍ର ଚିଙ୍ଗୁଡ଼ି ଝିଲ ପୋଖରୀରେ ନିଜେ ମାଲିକଙ୍କ ମୃତ୍ୟୁ ବାଲିଆପାଳ ଅଞ୍ଚଳରେ ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି।ତଦନ୍ତ ପରେ ସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି।