ଲଗାଣବର୍ଷା ରେ ଧୋଇଯାଇଛି ରାସ୍ତା ଜମି ରହୁଛି ପାଣି
ବରୀ, ୨୭/୦୭ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳ ରେ ଲଗାଣ ରାସ୍ତା ଘାଟ ଅବସ୍ଥା ଶୋଚନୀୟ ହେlଇପଡୁଛି l ନଦୀ ବନ୍ଧ ବର୍ଷା ପାଣିଧୋଇଯାଇ ରାସ୍ତା ଗାଢ଼ ହେବା ସହିତ ରେନକଟ ସୃଷ୍ଟି ହେlଇଛି ଯାହା ଫଳରେ ଲୋକମାନେ ଯାତାୟତ ରେ ଘୋର ଅସୁବିଧା ସମ୍ମୁଖୀନ ହେlଇଛନ୍ତି l ବରୀ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ନଦୀବନ୍ଧ ବର୍ଷା ଧୋଇଯାଇଛି ରାସ୍ତା ସେହିପରି ବର୍ଷା ଲାଗି ରହିବା ଫଳରେ ଗାଢିଆ, ପୋଖରୀ ଠାରୁ ଆରମ୍ଭ ବିଭିନ୍ନ ସ୍ଥାନରେ ବର୍ଷାପାଣି ଜମି ରହୁଛି ପାଣି l ଦୀର୍ଘ ଦିନ ପାଣି ଜମି ରହିବା ଫଳରେ ମଶା ଓ ମାଛି ଵଂଶ ବୃଦ୍ଧି ପାଉଛି l ବର୍ଷା ହେବା ଫଳରେ ଜନଜୀବନ କୁ ଅସ୍ତବ୍ୟସ୍ତ କରିପକାଉଛି ସେହିପରି ପରିବା ଫସଲ ପଚିସଡ଼ିଯାଉଛି ଯାହା ଫଳରେ ପରିବା ବଜାର ଦରବୃଦ୍ଧି ପାଉଛି l