Hot Posts

6/recent/ticker-posts

ମାଁ ସୁରାଦେଇ ଫ୍ରେଣ୍ଡସ କ୍ଲବ ପକ୍ଷରୁ ନୂତନ ରାଜସ୍ୱ ନିରୀକ୍ଷକଙ୍କୁ ସମ୍ବର୍ଦ୍ଧନା

ଖଜୁରୀପଡ଼ା, ୨୮/୦୭ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ତହସିଲରେ ନୂତନ ଭାବେ ରାଜସ୍ୱ ନିରୀକ୍ଷକ (ଆର୍‌.ଆଇ.) ଭାବେ ଯୋଗଦେଇଥିବା ସତ୍ୟ କୁମାର ମେହେରଙ୍କୁ ମଙ୍ଗଳବାର ଖଜୁରୀପଡ଼ାର ସ୍ୱେଚ୍ଛାସେବୀ ସଂଗଠନ ମାଁ ସୁରାଦେଇ ଫ୍ରେଣ୍ଡସ କ୍ଲବ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି। ସୂଚନା ଅନୁଯାୟୀ, ପୂର୍ବରୁ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ଜୟନ୍ତ କୁମାର ସାହୁଙ୍କ ବଦଳି ପରେ ଶ୍ରୀ ମେହେର ଚଳିତ ମାସ ଜୁଲାଇ ୧୫ ତାରିଖରେ ଖଜୁରୀପଡ଼ା ରାଜସ୍ୱ ନିରୀକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ କ୍ଲବ ପକ୍ଷରୁ ତାଙ୍କୁ କାର୍ଯ୍ୟାଳୟରେ ଭେଟି ସ୍ୱାଗତ ଜଣାଇ ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଯାଇଥିଲା। ଏହି ସ୍ୱାଗତ କାର୍ଯ୍ୟକ୍ରମ ସଂଗଠନର ସାଧାରଣ ସମ୍ପାଦକ ବୁଦ୍ଧିଆ ଗଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସଂଗଠନର ଉପସଭାପତି ସୁଧାଂଶୁ କୁମାର ବେହେରାଙ୍କ ସମେତ ଆଲୋକ ପ୍ରଧାନ, ଅଶୋକ ବେହେରା, ପ୍ରସନ୍ନ କୁମାର ବେହେରା, ହରିଶ୍ଚନ୍ଦ୍ର ବେହେରା ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ନୂତନ ରାଜସ୍ୱ ନିରୀକ୍ଷକଙ୍କୁ ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ।