କର୍ଲା ଗୁଡା ପ୍ରାଥମିକ ବିଦ୍ୟାଳୟ ରେ ଗ୍ରାମ ବାସି ତାଲା ମାରି ବିଦ୍ୟାଳୟ ବନ୍ଦ କଲେ
କୋକସରା, ୨୧/୦୭ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କର୍ଲା ଗୁଡା ପ୍ରାଥମିକ ବିଦ୍ୟାଳୟ ରୁ ଆସିଛି ସାଙ୍ଘାତିକ ଅଭିଯୋଗ. ଲୋକଙ୍କ ଅଭିଯୋଗ ଅନୁଯାୟୀ କର୍ଲା ଗୁଡା ପ୍ରାଥମିକ ବିଦ୍ୟାଳୟ ରେପ୍ରଧାନ ଶିକ୍ଷକ ସରୋଜ ପଟେଲ ସଠିକ ସମୟରେ ଆସୁ ନାହାନ୍ତି ବୋଲି ଗ୍ରାମ ବାସି ଅଭିଯୋଗ କରି ଛନ୍ତି. ସୂଚନା ମୁତାବକ ପ୍ରଧାନ ଶିକ୍ଷକ ତିନିଦିନ ଆସିଲେ ଆସିଷ୍ଟାଣ୍ଟ ଶିକ୍ଷକ ତିନି ଦିନ ଆସୁଛନ୍ତି ବୋଲି ଅଭିଯୋଗ କାର ପ୍ରତି କ୍ରିୟା ରଖି ଛନ୍ତି. ଏ ନେଇ କୋକସରା ଗୋଷ୍ଟି ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଙ୍କୁ ଫୋନ୍ ମାଧ୍ୟ୍ୟମରେ ଯୋଗାଯୋଗ କରି ଥିବାରୁ ସେ କହିଛନ୍ତି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବି ବୋଲି ପ୍ରତିକ୍ରିୟା ରଖି ଥିଲେ.