Hot Posts

6/recent/ticker-posts

ଘର ଫାଙ୍କା ଥିବାର ସୁଯୋଗ ନେଲେ ଦୁର୍ବୃତ୍ତ, ଝରକା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ରାୟଗଡ଼ା, ୨୧/୦୭ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ସହରର ପିଏସଆର୍ ଥିଏଟର ନିକଟରେ ଘଟିଛି ଏକ ବଡ଼ ଚୋରି ଘଟଣା। ସୂଚନା ଅନୁଯାୟୀ, ଇପ୍ପିଲି ଚନ୍ଦ୍ରଙ୍କ ବାସଭବନରେ ସନ୍ଧ୍ୟା ପ୍ରାୟ ୬ଟା ୩୦ରୁ ୮ଟା ୩୦ ମଧ୍ୟରେ ପରିବାର ଲୋକେ ସନ୍ଧ୍ୟା ଭ୍ରମଣରେ ଥିବା ବେଳେ ଦୁର୍ବୃତ୍ତମାନେ ଚୋରି କରିଥିଲେ। ଘରର ସମସ୍ତ କବାଟ ତାଲା ପଡ଼ିଥିବା ସତ୍ତ୍ୱେ, ଦୁର୍ବୃତ୍ତମାନେ ଏକ ଝରକା ଭାଙ୍ଗି ଘର ଭିତରକୁ ପ୍ରବେଶ କରି ଆଲମାରିରୁ ପ୍ରାୟ ୧୨ ତୋଳା ସୁନା ଅଳଙ୍କାର, ୫୦୦ ଗ୍ରାମ ରୂପା ଏବଂ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ନଗଦ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣାର ଖବର ପାଇ ରାୟଗଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୈଜ୍ଞାନିକ ତଦନ୍ତ ସହ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ଦିନକୁ ଦିନ ସହରରେ ବଢ଼ୁଥିବା ଚୋରି ଘଟଣା ଲୋକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ପୋଲିସ ଘଟଣାର ସବୁ ଦିଗକୁ ନେଇ ତଦନ୍ତ ଜାରି ରଖିଛି।