ଦ୍ରୁତଗାମୀ ଟ୍ରାକ୍ଟର ଓଲଟି ଚାଳକ ମୃତ
ବାଲେସ୍ୱର ୨୧/୦୭ ( ନବଦୂତ ) : ସୂଚନା ମୁତାବିକ ବାଲେସ୍ୱର ଜିଲା ବସ୍ତା ଥାନା ଅଧିନସ୍ତ,ମରଡ଼ା ମଦ ଭାଟି ଠୁ କିଛି ଦୂରରେ ଜମିକୁ ହଳ କରିବାକୁ ଯାଉଥିବା ଏକ ଦ୍ରୁତଗାମୀ ଟ୍ରାକ୍ଟର ର ଚାଳକ ଭାରସମ୍ୟ ହରାଇ ରାସ୍ତା କଡରେ ଥିବା, ଏକ ନଅଞ୍ଜୁରୀ ଭିତରକୁ ଓଲଟି ପଡିଥିଲା, ଫଳରେ ଟ୍ରାକ୍ଟର ଚାଳକ ର ମୃତୁ ଘଟି ଥିବାର ସୂଚନା ମିଳିଛି, ରାସ୍ତାରେ ଜାଉଥିବା ପ୍ରତ୍ୟକଦର୍ଶୀଙ୍କ କହିବା ଅନୁଯାଇ, ଟ୍ରାକ୍ଟର ଚାଳକ ବହୁ ଦ୍ରୁତ ଗତିରେ ଗାଡି ଚଳାଉ ଥିବାବେଳେ ଏଭଳି ଦୃଘଟଣା ଘଟିଛି ବୋଲି ,ଦେଖିଥିବା ସ୍ଥାନୀୟ ଲୋକ ମଧ୍ୟ ସୂଚନା ଦେଇଛନ୍ତି।ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳେ ପହଂଚି ,ତଦନ୍ତ କରିଥିବାର ସୂଚନା ମିଳିଛି।