Hot Posts

6/recent/ticker-posts

ଶଙ୍କରାଖୋଲ ପଞ୍ଚାୟତ ଯଜ୍ଞ ପରିଚାଳନା କମିଟି ତରଫରୁ ବୃକ୍ଷରୋପଣ ସହ ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚକାପାଦ, ୧୭/୦୭ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ଗ୍ରାମ ପଞ୍ଚାୟତ ସ୍ତରୀୟ ଯଜ୍ଞ ପରିଚାଳନା କମିଟି ତରଫରୁ ବୃ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଶଙ୍କରଖୋଲ ଗ୍ରାମ ପଞ୍ଚାୟତରେ ବିଗତ ୨୦୧୩ ମସିହାରୁ ୱାର୍ଡ଼ ଅନୁସାରେ ଅଷ୍ଟପ୍ରହର ନାମଯଜ୍ଞ ହୋଇଆସୁଅଛି । ଏହି ଯଜ୍ଞ କମିଟି ପ୍ରତ୍ୟେକ ବର୍ଷ ଯଜ୍ଞ କରିବା ସହିତ ବିଭିନ୍ନ ସାମାଜିକ ଜନହିତକର କାର୍ଯ୍ୟ ମଧ୍ଯ ହାତକୁ ନେଇ କାର୍ଯ୍ୟ କରୁଅଛି ଯଥା:- ଅନ୍ଧବିଶ୍ୱାସ ଦୂରୀକରଣ, ପରିବେଶ ସୁରକ୍ଷା, ହିନ୍ଦୁ ଧର୍ମର ସୁରକ୍ଷା, ସ୍ୱଚ୍ଛ ପରିମଳ ବ୍ୟବସ୍ଥା ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିଆସୁଅଛି । ତନ୍ମଧ୍ୟରୁ ବୃକ୍ଷରୋପଣ କରିବା ପାଇଁ ଦିନ ୧ ଘଣ୍ଟିକା ସମୟରେ ଶଙ୍କରାଖୋଲ ପଞ୍ଚାୟତର ଜନ ସାଧାରଣଙ୍କୁ ବିଭିନ୍ନ ପ୍ରକାରର ବୃକ୍ଷର ଚାରା ଗ୍ରାମପଞ୍ଚାୟତ ସ୍ତରୀୟ ଯଜ୍ଞ ପରିଚାଳନା କମିଟିର ସଭାପତି ଶ୍ରୀ ଖଗେଶ୍ବର ପଟ୍ଟନାୟକ ଏବଂ ସମ୍ପାଦକ ଶ୍ରୀ ଅଶୋକ କହଁର ଙ୍କ ଦ୍ଵାରା ଚାରା ବଣ୍ଟନ କରାଗଲା। ଏହି କାର୍ଯ୍ୟକ୍ରମରେ ସୁଧିର ପ୍ରଧାନ, ଘନଶ୍ୟାମ କହଁର, ବାବୁଲା ପ୍ରଧାନ, ମୁନିବର କହଁର, ରଞ୍ଜନ ବେହେରା, ମନୋଜ କୁମାର ଦିଗାଲ, କିରାପ ପ୍ରଧାନ, ପ୍ରଦୋଷ କୁମାର ସାହୁ ଙ୍କ ସମେତ ଏବଂ ଜନସାଧାରଣ ଙ୍କ ଉପସ୍ଥିତିରେ ଚାରାବଣ୍ଟନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ