Hot Posts

6/recent/ticker-posts

କିଏ ଖାଉଛି ଏଥିର ଟଙ୍କା,ପଣସ ପ୍ରକ୍ରିୟାକରଣ ୟୁନିଟ କାହା ସ୍ଵାର୍ଥରେ।

ଫୁଲବାଣୀ, ୧୭/୦୭ ( ବାଲକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ରେ ପ୍ରଚୁର ପରିମାଣର ପଣସ ଫଳୁ ଥିବାବେଳେ ତାର ସଦବିନିଯୋଗ ନ ହେବାରୁ ଗାଈଗୋରୁ ଖାଉଛନ୍ତି। ଜିଲ୍ଲା ର ଅପହଞ୍ଚ ଅପନ୍ତରା ଯାଗାରେ ପଣସ ପ୍ରକ୍ରିୟା କରଣ ୟୁନିଟ ସ୍ଥାପନ କରାଯାଇଛି। ଯାହା ଫଳରେ ଅଳ୍ପ ପରିମାଣରେ ପଣସ ସେଠାକୁ ନେଇ ପ୍ରକ୍ରିୟା କରଣ କରିବା ସମ୍ଭବ ନୁହେଁ। ପ୍ରତି ପଞ୍ଚାୟତ ର ଗୋଟିଏ ଦୁଇଟି ଗ୍ରୁପକୁ ପଣସ କିଣିବା ଦାୟିତ୍ୱ ଦେଲେ ବା କିଛି ବିକଳ୍ପ ବ୍ୟବସ୍ଥା ଗ୍ରହଣ କଲେ ନଷ୍ଟ ହେଉଥିବା ଟ୍ରକ ଟ୍ରକ ପଣସରୁ ସାଧାରଣ ଲୋକ ମାନେ ଦୁଇପଇସା ପାଇ ପା଼ରନ୍ତେ।ଦୀର୍ଘ ବର୍ଷ ଦାବୀ କରିବାର ବହୁ ଦିନ ପରେ ପଣସ ପ୍ରକ୍ରିୟା କରଣ ୟୁନିଟ ଗଛରେ ବେଲ ପାଚିବା ନ୍ୟାୟରେ ସ୍ଥାପନ ହେଲା। କିନ୍ତୁ ଜନସାଧାରଣ ଙ୍କ ଟଙ୍କାଟିଏ ଉପକାର ପାଇଲେ ନାହିଁ। କାହା ସ୍ୟାର୍ଥରେ ଏତେ ବଡ ୟୁନିଟ ବନ୍ଦ ରହିଛି ? ଏଥିପାଇଁ ଉତ୍ତରଦିୟୀ କିଏ ? ଏବେ ପଣସ ପ୍ରାୟ ଅଧାଅଧି ପାଚି ସାରିଲାଣି। ତୁରନ୍ତ ଏଥିପାଇଁ କିଛି ବ୍ୟବସ୍ଥା କଲେ ଜନସାଧାରଣ ଉପକୃତ ହୋଇ ପାରନ୍ତେ । ଏଭଳି ଚଳିତ ବର୍ଷ ମଧ୍ୟ ବହୁ ପରିମାଣ ରେ ଦେଶିଆମ୍ବ (ଠୁରି)ପ୍ରକ୍ରିୟା କରଣ ଅଭାବରୁ ନଷ୍ଟ ହେଲା।ଦାୟିତ୍ୱରେଥିବା ଅଧିକାରୀ ମାନଙ୍କ ଅବହେଳା ଓ ଦୂରଦୃଷ୍ଟି ଅଭାବରୁ କନ୍ଧମାଳ ଜିଲ୍ଲା ଜନସାଧାରଣଙ୍କ ର ଅର୍ଥନୈତିକ ଅଵନତି ଘଟୁଛି। ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ପରାମର୍ଶ ଦେଲେ ତୁରନ୍ତ ନଷ୍ଟ ହେଉଥିବା ପଣସ କିଣି ପ୍ରକ୍ରିୟା କରାଯାଇ କରଣ କରାଯାଇପାରିବ।




କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ