ମନ୍ଦିରରେ ଚୋରୀ କରୁଥିବା ଲୁଟେରା ଗ୍ୟାଙ୍ଗ ଗିରଫ।
କଟକ, ୨୧/୦୭ ( କାହୁଁ ଚରଣ ବାରିକ ) : ମନ୍ଦିରରେ ଚୋରୀ କରୁଥିବା ଲୁଟେରା ଗ୍ୟାଙ୍ଗ ଗିରଫ। ମନ୍ଦିର ସିରିଏଲ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ। କମିଶନରେଟ୍ ପୋଲିସ ଭୁବନେଶ୍ୱର-କଟକର ଏକ ସ୍ୱତନ୍ତ୍ର ଟିମ୍ ଚୌଦ୍ୱାର, ଟାଙ୍ଗୀ, ୪୨ ମୌଜା ଏବଂ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଥିବା ସିରିଏଲ ମନ୍ଦିର ଚୋରି ମାମଲାରେ ବଡ଼ ସଫଳତା ହାସଲ କରିଛି । ପୋଲିସ ଚଢ଼ାଉ କରି ବାଲେଶ୍ୱର ଅଞ୍ଚଳର ୩ ଜଣ ଅଭିଯୁକ୍ତ (ଭୀମା ବେଦ, ନିତୀଶ ସିଂ ଓ ସୁରେଶ ସିଂ)ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଚାରବାଟିଆ ରେଳଷ୍ଟେସନ ନିକଟରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ କରିଛି । ଉଦ୍ଧାର ହୋଇଥିବା ସାମଗ୍ରୀ ମଧ୍ୟରେ ସୁନା ଅଳଙ୍କାର:- ୩ଟି ସୁନା ଆଖି, ୩ଟି ସୁନା ଚିତା, ୩ଟି ‘U’ ଆକୃତିର ସୁନା ଅଳଙ୍କାର । ରୂପା ଅଳଙ୍କାର:- ୧୫ଟି ରୂପା ମୁକୁଟ, ୬ଟି ରୂପା ହାର, ୩ ହଳ ରୂପା ପାଦୁକା, ୨ଟି ରୂପା ମଥାମଣି, ୧ଟି ରୂପା ଅଳକା/ଖଡ଼ୁ। ଏବଂ ନଗଦ ୧୯,୧୦୦ ଟଙ୍କା ସାମିଲ ଅଛି । ଅଭିଯୁକ୍ତମାନେ ବିଭିନ୍ନ ଥାନା ଅନ୍ତର୍ଗତ ପ୍ରାୟ ୧୫ରୁ ଅଧିକ ମନ୍ଦିରରୁ ଚୋରି କରିଥିବା ନେଇ ନିଜର ଅପରାଧ ସ୍ୱୀକାର କରିଛନ୍ତି ଏବଂ ସେମାନଙ୍କୁ ମାନ୍ୟବର କୋର୍ଟକୁ ଚାଲାଣ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।