Hot Posts

6/recent/ticker-posts

ହୃଦଘାତ ରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ଦାସଙ୍କ ବିୟୋଗ

ବିଞ୍ଝାରପୁର, ୨୦/୦୭ (ପ୍ରଦୀପ କୁମାର ମଲ୍ଲିକ) : ଜୀବନ ଯୁଦ୍ଧରେ ହାରିଗଲେ ବିଞ୍ଝାରପୁର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ଦାସ। ହୃଦଘାତ ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି | ତାଙ୍କ ବିୟୋଗ ସାମ୍ବାଦିକ ମହଲ, ବୁଦ୍ଧିଜୀବୀ, ରାଜନୈତିକ ନେତୃବୃନ୍ଦ ଓ ବିଭିନ୍ନ ସଂଗଠନ ଗଭୀର ଶୋକ ପ୍ରକାଶ କରିଛନ୍ତି।ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମାଁସଡା ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ରାଜନେତା ରାଧାଗୋବିନ୍ଦ ଦାସଙ୍କ ବଡ଼ ପୁଅ ରାମକୃଷ୍ଣ ଦାସ ଦୀର୍ଘ ୧୦ ବର୍ଷ ଧରି ଦୈନିକ ଧରିତ୍ରୀ ଖବରକାଗଜ ରେ ବିଞ୍ଝାରପୁର ବ୍ଲକ ପ୍ରତିନିଧି ଭାବେ ନିଷ୍ଠା ଓ ସତ୍ୟନିଷ୍ଠାର ସହ କାର୍ଯ୍ୟ କରିଆସୁଥିଲେ। ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତା ପାଇଁ ସେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ। ସମାଜର ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ସାଧାରଣ ଲୋକଙ୍କ ସ୍ୱରକୁ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚାଇବାରେ ସେ ସର୍ବଦା ପ୍ରୟାସରତ ଥିଲେ। ନିଜର ସାଙ୍ଗଠନିକ ଦକ୍ଷତା ପାଇଁ ପୂର୍ବରୁ ବିଞ୍ଝାରପୁର ସାମ୍ବାଦିକ ୟୁନିଅନର ସଭାପତି, ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ର ସହସମ୍ପାଦକ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ | ତାଙ୍କ ଅକାଳ ବିୟୋଗରେ ବିଞ୍ଝାରପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି, ସହକର୍ମୀ ସାମ୍ବାଦିକ, ସାମାଜିକ କର୍ମୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି।ରାମକୃଷ୍ଣ ଦାସଙ୍କ ପରଲୋକ ବିଞ୍ଝାରପୁର ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କ ନିଷ୍ଠା, କର୍ମଦକ୍ଷତା ଓ ସମାଜ ପ୍ରତି ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ସ୍ବର୍ଗତ ସାମ୍ବାଦିକ ରାମକୃଷ୍ଣ ଦାସ ଙ୍କ ଦେହାନ୍ତ ରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ରଞ୍ଜିତା ଦାସ, ଓଡିଶା ସାମ୍ବାଦିକ ୟୁନିଅନ ସଭାପତି ପ୍ରସନ୍ନ ମହାନ୍ତି, ଜିଲ୍ଲା ସାମ୍ବାଦିକ ୟୁନିଅନ ସଭାପତି ଅରୁଣ ରାଉତରାୟ, ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ସାହୁ, ବରିଷ୍ଠ ସାମ୍ବାଦିକ ସମର୍ଜିତ ମହାନ୍ତି, ରାଜୀବ ମହାନ୍ତି, ବିଞ୍ଝାରପୁର ସାମ୍ବାଦିକ ୟୁନିଅନ ସଭାପତି ସେକ ସନୱାର, ପୂର୍ବତନ ସଭାପତି ଦେବ ପ୍ରସାଦ ସାହୁ, ସାଧାରଣ ସମ୍ପାଦକ ଗୁଲସନ ନୱାଜ ଅଲି ଖାଁ, ବରିଷ୍ଠ ସଦସ୍ୟ ସୀତାକାନ୍ତ ସାମଲ, ଅନଙ୍ଗ ଉଦୟ ବେଉରିଆ, ଅକ୍ଷୟ କୁମାର ନାୟକ, ସତ୍ୟ ରଞ୍ଜନ ମଲ୍ଲିକ, ସୁରେନ୍ଦ୍ର ସାମଲ, ବିଶ୍ୱଜିତ ନାୟକ, ଶଙ୍କର୍ଷଣ ସାମଲ,ପ୍ରଦୀପ କୁମାର ମଲ୍ଲିକ ,ନିମାଇଁ ଘଡେଇ,ସମାଜସେବୀ ଦିଲ୍ଲୀପ ରାଉଳ, ମାଂସଡା ସରପଞ୍ଚ କଳିକା ଦାସ, ସମାଜସେବୀ ରଞ୍ଜନ ଜେନା,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇ ସୁଶାନ୍ତ କୁମାର ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନନ୍ଦ କିଶୋର ସାମଲ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବବିତା ମଲ୍ଲିକ, ବିଜେପି ମଣ୍ଡଳ ସଂଯୋଜକ ନିରଞ୍ଜନ ବେଉରିଆ,ଶିକ୍ଷାବିତ୍ ସତ୍ୟ ଶେଖର ନାୟକ, ଶ୍ୟାମ ସୁନ୍ଦର ବେହେରା, ଲେନିନ ଦାସ, ଜିତେନ୍ଦ୍ର ପ୍ରଧାନ, ଶିକ୍ଷାବିତ୍ ରବୀନ୍ଦ୍ର କୁମାର ପରିଡା, ହେମେନ୍ଦ୍ର ସାମଲ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି |