Hot Posts

6/recent/ticker-posts

ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଏକ ପ୍ରୟାଶ।

ବରୀ, ୧୮/୦୭ ( ରଂଜିତ ମହାନ୍ତି ) : ବନ୍ଧନ ଚାରିଟେବୁଲ ଟ୍ରଷ୍ଟ ଓ ବରୀ ପଞ୍ଚାୟତ ର ସରପଞ୍ଚ ସୋନାଲି ସିଂ ଙ୍କ ମିଳିତ ପ୍ରୟାଶ ରେ ବରୀ ପଞ୍ଚାୟତ ରେ ଅସହାୟ ମହିଳା ମାନଙ୍କୁ ସ୍ୱାଭଲମ୍ବୀ ଓ ନିଜ ପରିବାର ର ଆର୍ଥିକ ଅବସ୍ଥା ସୁଧାରିବାକୁ ସିଲେଇ ମେସିନ ଯୋଗାଇ ଦିଆ ଯାଇଛି ଏହି ସଂସ୍ଥା ତରଫରୁ ଆଗାମୀ ଦିନ ରେ ବରୀ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ 200 ଜଣ ଅସହାୟ, ମହିଳାଙ୍କୁ ଏହି ଯୋଜନା ରେ ସାମିଲ କରାଯିବ ବୋଲି ସଂସ୍ଥା ର ମୁଖ୍ୟ ସୂଚନା ଦେଇଛନ୍ତି। ଅନ୍ୟ ପଟରେ ବରୀ ସରପଞ୍ଚ ଙ୍କ ସହଯୋଗ ରେ ସଂସ୍ଥା ପକ୍ଷରୁ ସେମାନଙ୍କୁ ଦିଆଯାଇଥିବା ସିଲାଇ ମେସିନ ଦ୍ୱାରା ନିଜର ଓ ପରିବାର ଆର୍ଥିକ ଅବସ୍ଥାରେ ସୁଧାର ଆଶି ପାରିବ ବୋଲି ମହିଳା ମାନେ ପ୍ରକାଶ କରିବା ସହିତ ଏହି ସାହାଯ୍ୟ ଲାଗି ବରୀ ସରପଞ୍ଚ ଓ ସଂସ୍ଥା କୁ ଧନ୍ୟବାଦ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଅବସର ରେ ବନ୍ଧନ ଚାରିଟେବୁଲ ସଂସ୍ଥା ର କର୍ମକର୍ତା ଙ୍କ ସହିତ ବରୀ ର ଯୁବସମାଜସେବୀ ମନୋଜ ସିଂ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।