Hot Posts

6/recent/ticker-posts

ଶିବ ମନ୍ଦିର ପୂଜକଙ୍କୁ ହତ୍ୟା,ମନ୍ଦିର ନିକଟ ଘରେ ପଡି ରହିଥିଲା ମୃତଦେହ।

ପଦ୍ମପୁର, ୧୮/୦୭ ( ଆଶିଷ କୁମାର ଭୋଇ ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଗଇଲଗୁଡା ଗାଁ ନିକଟସ୍ଥ ଏକ ଶିବ ମନ୍ଦିରର ପୂଜକଙ୍କୁ ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ପୂଜକ ହେଲେ ପଦ୍ମପୁର ଥାନା ଅନ୍ତର୍ଗତ ପୁରେନା ଗାଁର ୬୫ ବର୍ଷୀୟ ଖଗେଶ୍ୱର ମହାପାତ୍ର। ସେ ଦୀର୍ଘଦିନ ଧରି ବୁଡେନ ଥାନା ଅନ୍ତର୍ଗତ ଗଇଲଗୁଡା ଗାଁ ନିକଟରେ ଥିବା ଶିବ ମନ୍ଦିରରେ ରହି ପୂଜାର୍ଚ୍ଚନା କରୁଥିଲେ। ଶନିବାର ସକାଳେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରକୁ ନ ଆସିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ପରେ ଲୋକମାନେ ମନ୍ଦିରକୁ ଯାଇ ଦେଖିବା ବେଳେ ଖଗେଶ୍ୱର ମହାପାତ୍ରଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ଦେଖିଥିଲେ। ତାଙ୍କ ବେକରେ ଗଭୀର ଆଘାତର ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।ଖବର ପାଇ ବୁଡେନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୈଜ୍ଞାନିକ ତଦନ୍ତ ସହ ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ସନ୍ଧାନରେ ପୋଲିସ ତଦନ୍ତ ଜାରି ରଖିଛି।


ବରଗଡ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ ।