ବାଲେଶ୍ୱର, ୧୮/୦୭ ( ପ୍ରଭାକର ମଲ୍ଲିକ ) : ରାଜଘାଟ ଓଟିରୋଡ ଠାରୁ ୧୬ ନଂ ଜାତୀୟ ରାଜପଥ ସଂଲଗ୍ନ ସନ୍ତୋଷପୁର ପଞ୍ଚାୟତର ଟୋଲଗେଟ ବଜାର ପର୍ଯ୍ୟନ୍ତ ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ଅଟେ। ଏହି ରାସ୍ତାଟି ଅଢେଇ ବର୍ଷ ତଳେ କାମ ହୋଇଥିଲା ମାତ୍ର ଆଜକୁ ଏକ ବର୍ଷ ଧରି ଏହି ଭଳି ଖାମଖାଲାରେ ପରିପୂର୍ଣ୍ଣ ହୋଇ ଯାଇଥିଲେ ହେଁ ରାସ୍ତାର ନିର୍ମାଣ ହୋଇ ପାରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରତିଦିନ ଛୋଟ, ବଡ଼ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି। ଏହି ରାସ୍ତା ଦେଇ ପ୍ରତିଦିନ ବିଭିନ୍ନ ବିଦ୍ୟାଳ ୟକୁ ପିଲାମାନେ ଯାଆସ କରିଥାନ୍ତି ଏବଂ ରାଜଘାଟ ରେଳ ଷ୍ଟେସ ନ ସମ୍ମୁଖ ଦେଇ ଏହି ରାସ୍ତା ଯାଇଛି,ଏହି ରାସ୍ତାଟି ମୟୁରଭଞ୍ଜ ଜିଲ୍ଲାକୁ ସଂଯୋଗ କରୁଛି। ଏବେ ଏହି ରାସ୍ତାରେ ଗଡିଆ ସୃଷ୍ଟି ହୋଇଥିବାରୁ ପିଲା ଠାରୁ ଆରମ୍ଭକରି ବୟସ୍କ, ଯାତ୍ରୀ,ଗାଡ଼ି ଚାଲକ ଏବଂ ରୋଗୀ ବିଶେଷ ଭାବରେ ପ୍ରଭାବିତ ହେଉଥିବାର ଦେଖା ଯାଇଛି। ଏବାବଦରେ ସ୍ଥାନୀୟ କାଳୀପୂଜା କମିଟି, ବଜାର କମିଟି ଏବଂ ରେଳ ଉନ୍ନୟନ କମିଟି ପକ୍ଷରୁ ବିଭା ଗୀୟ ଯନ୍ତ୍ରୀଙ୍କୁ ଅବଗତ କରି ଥିଲେ ହେଁ ଅଦ୍ୟାବଧି କିଛି ସୁଫଳ ମିଳିପାରିନାହିଁ। ନିୟମାନୁ ସାରେ ଏହି ରାସ୍ତା ନିର୍ମାଣ କରିଥିବା ଠିକାଦାର ସଂସ୍ଥା ୫ବର୍ଷ ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରିବା କଥା ମାତ୍ର ଏହି କାର୍ଯ୍ୟ ୩ ବର୍ଷରେ ହୋଇ ନାହିଁ ହେଲେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଏଥିପ୍ରତି ଉଦାସୀନତା ମନୋଭାବ ଯୋଗୁଁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ରାସ୍ତା ନିମ୍ନମାନର ହୋଇଥିବାରୁ ଏତେ ଶୀଘ୍ର ନଷ୍ଟ ହୋଇ ଯାଇ ଥିବାର ସାଧାରଣରେ ଅଭିଯୋଗ ହୋଇଛି। ଦୁର୍ନୀତି ନିବାରଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ଦାବି ହୋଇଛି।ଏବଦରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକଙ୍କୁ ପଚାରି ବାରୁ ଏହି ରାସ୍ତା କାର୍ଯ୍ୟ ଶୀଘ୍ର କାମ ହେଵ ବୋଲି ପ୍ରକାଶ କରି ଛନ୍ତି,ମାତ୍ର ତିନି ବର୍ଷ ପୂର୍ବରୁ ଏହି ରାସ୍ତା ନିର୍ମାଣ ପାଇଁ କେତେ ଟଙ୍କାର କାର୍ଯ୍ୟ ହୋଇଥିଲା ଏବଂ ୫ବର୍ଷ କାର୍ଯ୍ୟ ପୂର୍ତ୍ତି ହୋଇନ ଥିବା ବେଳେ ଠିକାଦାର ସଂସ୍ଥା କାହିଁକି କରିବ ନାହିଁ ପଚାରିବାରୁ କୌଣସି ଉତ୍ତର ଦେଇ ନ ଥିଲେ। ଜିଲ୍ଲା ପ୍ରଶାସନ,ବିଭାଗୀୟ ଉଚ୍ଚ ଅଧିକାରୀ ଏବଂ ଦୁର୍ନୀତି ନିବାରଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହିତ ତୁରନ୍ତ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କରିବାକୁ ସାଧାରଣରେ ଦାବି ହୋଇଛି ନଚେତ ଅପ୍ରୀତିକର ପରିସ୍ଥିତି ଏବଂ ଦୁର୍ଘଟଣା ହେଲେ ପ୍ରଶାସନ ଦାୟୀ ହେବେ ବୋଲି ମତ ପ୍ରକାଶ ପାଇଛି।(ଫଟୋ)
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
