Hot Posts

6/recent/ticker-posts

ବରୀ ବ୍ରାହ୍ମଣୀ ନଦୀବନ୍ଧରେ ୮୦ ଫୁଟର ଭୟଙ୍କର ଘାଇ, ୧୫ ପଞ୍ଚାୟତର ୩୦ ହଜାର ଲୋକଙ୍କ ମଧ୍ୟରେ ଆତଙ୍କ

ବରୀ, ୩୦/୦୭ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲାର ବରୀ ବ୍ଲକରେ ବ୍ରାହ୍ମଣୀ ନଦୀବନ୍ଧରେ ଏକ ବଡ଼ ଘାଇ ସୃଷ୍ଟି ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିସ୍ଥିତି ଦେଖାଦେଇଛି। ସୂଚନା ଅନୁଯାୟୀ, ବରୀ ବ୍ଲକର କିମ୍ଭିରିଆପାଳ ପଞ୍ଚାୟତ ଏବଂ ଯାଜପୁର ବ୍ଲକର ଏରବାଙ୍କ ପଞ୍ଚାୟତ ମଧ୍ୟବର୍ତ୍ତୀ ବାଙ୍କସାହି ନିକଟ ବ୍ରାହ୍ମଣୀ ନଦୀବନ୍ଧରେ ପ୍ରାୟ ୮୦ ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଛି। ଏହି ଘଟଣା ପରେ ପାଖାପାଖି ୧୫ଟି ପଞ୍ଚାୟତର ପ୍ରାୟ ୩୦ ହଜାର ଲୋକ ବନ୍ୟା ବିପଦ ଆଶଙ୍କାରେ ରହିଛନ୍ତି। ନଦୀର ଜଳସ୍ତର ବୃଦ୍ଧି ପାଇଲେ ନିମ୍ନାଞ୍ଚଳରେ ପାଣି ପ୍ରବେଶ କରି ବ୍ୟାପକ କ୍ଷତି ଘଟିବାର ଆଶଙ୍କା କରାଯାଉଛି।