ବୈତରଣୀ ପାଣି କମିଲେ ବି କମୁନି ଦୁର୍ଦ୍ଦଶା, ୫ ମୁଖ୍ୟ ରାସ୍ତା ବିଚ୍ଛିନ୍ନ
ବିଂଝାରପୁର, ୩୦/୦୭ ( ପ୍ରଦୀପ କୁମାର ମଲ୍ଲିକ ) : ବୈତରଣୀ ଓ ଏହାର ଶାଖା କାଣୀ ନଦୀରେ ବନ୍ୟା ଓ ତରପଦା ଠାରେ ୨ ଟି ଘାଇ ଯୋଗୁଁ ତରପଦା ଓ କସପା ପଞ୍ଚାୟତରେ ବନ୍ୟା ଜଳ ତାଣ୍ଡବ ରଚିଛି । ଘାଇ ସୃଷ୍ଟି ହେବାର ୪୦ ଘଣ୍ଟା ପରେ ମଧ୍ୟ ସୁଧାର ଆସିନି। ଯୁଆଡ଼େ ଆଖି ପକାଇବ ଖାଲି ପାଣି ଆଉ ପାଣି । ସୁଅ ଛୁଟିଛି ମୁଖ୍ୟ ରାସ୍ତାରେ ।ବୈଶପାନ, ମଙ୍ଗଳପୁର ବୈଶ ପାନ, ମଙ୍ଗଳପୁର ନିଜାମପୁର, ଦତ୍ତପୁର ଅର୍ଦ୍ଧାଉଳିଆ, ବୈଶପାନ କୁଆଁର ସାହି, ଅହିୟାସ ରାମ ଚନ୍ଦ୍ରପୁର, ଡୋଭା ବିଲ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛି।ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରଭାବିତ ପଞ୍ଚାୟତରେ ରନ୍ଧା ଖାଦ୍ୟ ଦିଆଯାଉଛି।ସେହିପରି ବିଜେପି ପକ୍ଷରୁ କସପା, ଗୋପାଳ ମଣ୍ଡପ, ଦାଣ୍ଡି ସାହି, ଡୋଭାବିଲ, ନଦୀ ବନ୍ଧରେ ୨ ଟି, ଅହିୟାସ, ମଲ୍ଲିକା ପୁର ଠାରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଆଯାଉଛି । ବିଜେପି ନେତା ଗୌତମ ରାୟ ଫ୍ରି କିଚେନ ପରିଦର୍ଶନ କରିଛନ୍ତି । ଘରେ ରହିଥିବା ମହିଳା, ବୃଦ୍ଧ ବୃଦ୍ଧାଙ୍କୁ ଅଣ୍ଟାଏ ପାଣିରେ ପଶି ଯୁବ ସ୍ୱେଚ୍ଛାସେବୀ ଖାଦ୍ୟ ପୁଡିଆ ଘରେ ଘରେ ଦେଉଛନ୍ତି । ବ୍ଲକକୁ ଆସିଥିବା ୩୦ ମେଟ୍ରିକ ଟନ ଗୋଖାଦ୍ୟ ଏବେ କେତେକ ପଞ୍ଚାୟତରେ ପହଞ୍ଚିଛି। ଉଭୟ ଜିଲା ଓ ବ୍ଲକ୍ ପ୍ରଶାସନ ପକ୍ଷରୁ ବନ୍ୟା ପରବର୍ତ୍ତୀ ସ୍ଥିତି ଓ ଉପରେ ନଜର ରଖାଯାଇଛି । ବିପନ୍ନଙ୍କୁ ପାଲ ଯୋଗାଇ ଦିଆଯାଉଛି।