କଲାହାଣ୍ଡି, ୨୯/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଲଘୁଚାପ ଜନିତ ବର୍ଷାରେ ଦେଖିବାକୁ ମିଳୁଛି ଏକ ଅଭାବନୀୟ ଘଟଣା. ! ଘଟଣା ଘଟିଛି କଲାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କିଆପଦର ପଂଚାୟତ ର ଗୌଡ଼ପଦର ଗାଁ ରେ।. ଗୌଡ଼ପଦର ଗାଁ ର ଭୀମରାଜ ପାଣ୍ଡେ, ପିତା ସ୍ବର୍ଗତ ଖଗେଶ୍ୱର ପାଣ୍ଡେ ଙ୍କର ଗୁହାଲ ଗତରାତି ବର୍ଷା ଯୋଗୁଁ ଭୁଶୁଡି ପଡିବାରୁ ଗୁହାଲ ରେ ଥିବା ଚାରି ପଟ ଛେଳି ଚାପିହୋଇ ମୃତ୍ୟୁ ବରଣ କରିଛି. ପାହାଁତିଆ ପାଞ୍ଚ ଘଟିକା ସମୟରେ ଘଟଣା ଘଟିଥିଲେ ମଧ୍ୟ ୧୧ ଘଣ୍ଟା ସମୟରେ ଆମ ନିୟୁଜ ପ୍ରତିନିଧି ୪୫ କିମି ବାଇକ୍ ଯୋଗେ ଓ ଦୁଇ କିଲୋମିଟର ପାହାଡ଼ ଜଙ୍ଗଲ ରେ ଚାଲି ଯାଇ ନ୍ୟୁଜ ସଂଗ୍ରହ କରିବା ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ କିମ୍ବା ଜନ ପ୍ରତିନିଧି ଘଟଣା ସ୍ଥଳକୁ ପହଂଚି ନ ଥିବା ଘୋର ଦୁଃଖର ବିଷୟ..। ବର୍ତମାନ କାହିଁକି ଏହି ଗ୍ରାମକୁ କେବେ କୌଣସି ବ୍ଲକ କିମ୍ବା ଜିଲ୍ଲା ସ୍ତରୀୟ ଅଧିକାରୀ ଆସୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି.। ସେହି ଚାଷୀଙ୍କ କେବଳ ଛେଳି ଚାଷକରି ପାଞ୍ଚ କୁଟୁମ୍ବ ପରିବାର ପ୍ରତିପୋଷଣ କରି ବର୍ଷକ ଖାଦ୍ୟାଭାବ ଦୂର କରୁଥିଲେ ଓ ପୁଅ ଝିଅଙ୍କୁ ପାଠ ପଢାଉ ଛନ୍ତି ବର୍ତ୍ତମାନ ଦୁଇଟି ମାଇଁ ଗର୍ଭବତୀ ଛେଳି ଆଉ ଦୁଇଟି ମାଇଁ ଛେଳି ମୃତ୍ୟୁ ହୋଇଥିବାରୁ ଭାଙ୍ଗି ପଡିଛନ୍ତି ସ୍ଵାମୀ ସ୍ତ୍ରୀ। କିନ୍ତୁ ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନି ବୋଲି ମତ ରଖୁଛନ୍ତି ଏବଂ ଆମ ପଞ୍ଚାୟତ ଅଫିସ କୁ ଦେଖିଗଲା ବେଳକୁ ପଞ୍ଚାୟତ ଅଫିସ୍ ମଧ୍ୟ ତାଲା ଝୁଲି ବନ୍ଦ ଦେଖିବାକୁ ମିଳିଥିଲା ଓ ପ୍ରତିଦିନ ବନ୍ଦ ରହୁଛି peo କି କୌଣସି କର୍ମଚାରୀ ରହୁ ନାହାନ୍ତି । ସକାଳୁ ସମସ୍ତ ପଦାଧିକାରୀ ଙ୍କୁ ଖବର ଦେବା ସତ୍ତ୍ୱେ ମଧ୍ୟ ଘଟଣାସ୍ଥଳକୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଆସିନାହାନ୍ତି ଦୁଃଖ ଓ ପରିତାପର ବିଷୟ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ


