Hot Posts

6/recent/ticker-posts

ମହାନଦୀରେ ବନ୍ୟାଜଳକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପ୍ରଶାସନ ପକ୍ଷରୁ ସତର୍କତା ଜାରି

କଟକ, ୨୯/୦୭ ( କାହୁଁ ଚରଣ ବାରିକ ) : ମହାନଦୀରେ ବନ୍ୟାଜଳକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ସାଧାରଣ ଜନତାଙ୍କ ଜୀବନ ସୁରକ୍ଷା ସହ ନିମ୍ନ ଅଞ୍ଚଳରେ ବନ୍ୟା ବିପଦକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶ ଜାରି କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସୀନ୍ଧେ। ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା–୩୪ ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ କଟକଣା ଜାରି କରିଛନ୍ତି । ଜାରି ହୋଇଥିବା ଆଦେଶ ଅନୁଯାୟୀ, ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକର ସମସ୍ତ ଘାଟକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି ।  ଗାଧୋଇବା, ପହଁରିବା, ଡଙ୍ଗା ଚଳାଇବା, ସେଲ୍ଫି ନେବା କିମ୍ବା ନଦୀ କୂଳ, ବ୍ୟାରେଜ୍‌ ନିକଟରେ ରହିବା ଉପରେ କଟକଣା ଜାରି କରାଯାଇଛି ।