Hot Posts

6/recent/ticker-posts

ରେବତୀ ସେଠୀଙ୍କ ଅଭିଯୋଗ ୧୦ ଦିନ ବିତିଯାଇଥିଲେ ହେଁ ଆସାମୀକୁ ପୋଲିସ ଗିରଫ କରୁ ନଥିବାରୁ ବସ୍ତା ଏସ ଡି ପି ଓଙ୍କୁ ଭେଟି ଲିଖିତ ଅଭିଯୋଗ କଲେ ପୀଡ଼ିତାଙ୍କ ସହ ପରିବାରଙ୍କ ଲୋକେ।ଅଭିଯୋଗ ପରେ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।

ବାଲେଶ୍ୱର, ୦୧/୦୭ ( ପ୍ରଭାକର ମଲ୍ଲିକ ) : ଅଭିଯୋଗ କରିବା ୧୦ ଦିନ ପରେ ବି ଆକ୍ରମଣକାରୀଙ୍କ ଉପରେ ପୋଲିସ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଏବଂ ପରିବାରଙ୍କୁ ନ୍ୟାୟ ନ ମିଳିବାରୁ ନ୍ୟାୟ ପାଇଁ ପରିବାର ଲୋକେ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନାରୁ ପ୍ରକାଶ,ବାଲିଆପାଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତରେ ଗତ ଜୁନ ୨୦ ତାରିଖରେ ଉକ୍ତ ଗ୍ରାମରେ ମହାଦେବ ମନ୍ଦିର ପ୍ରାଙ୍ଗଣରେ ଯାତ୍ରା ହେଉଥିଲା।ବିଷ୍ଣୁପୁର ଗ୍ରାମରେ ଯାତ୍ରା ହେଉଥି ବାରୁ ଗ୍ରାମ ଲୋକେ ଯାତ୍ରା ଦେଖିବାକୁ ଯାଇଥିଲା ବେଳେ ସେହି ଗ୍ରାମର ନବୀନ ସେଠୀଙ୍କ ସ୍ତ୍ରୀ ରେବତୀ ସେଠୀ ତାଙ୍କ ଭାଉ ଜଙ୍କ ସହ ଯାତ୍ରା ଦେଖିବା ପାଇଁ ୪ ଜଣ ପିଲାଙ୍କୁ ନେଇ ମହା ଦେବ ମଣ୍ଡପକୁ ଯାଇଥିଲେ।ତେବେ ମେଲୋଡି ସରିବା ପରେ ରେବତୀ ତାଙ୍କ ଭାଉଜ ସଂଯୁକ୍ତା ସେଠୀ ପିଲା ଦୁଇଟିକୁ ନେଇ ଘରକୁ ଫେରୁ ଥିବା ବେଳେ ପୁତୁରା ସଙ୍ଗେ ରାସ୍ତାରେ ଫୋନ ଯୋଗେ କଥା ହେଉଥିଲେ।ମୁଣ୍ଡପ ଠାରୁ ଅନିତ ଦୂରରେ ଏକ ଛକ ଠାରେ ୪/୫ ଜଣ ଯୁବକ ମଦ୍ୟପାନ କରି ସେଠାରେ ବସିଥିଲେ।୪/୫ ଜଣଙ୍କ ମଧ୍ୟରୁ ସେହି ଗ୍ରାମର ବରେନ୍ଦ୍ର ଧଳଙ୍କ ପୁଅ ଶିବ ପ୍ରସାଦ ଧଳ ମହିଳାଙ୍କୁ ଏକୁଟିଆ ଦେଖି ଅତର୍କିତ ଭାବେ ଅଗ ଘେରି ଦେଇ ମନ୍ଦ ଉଦ୍ଦେଶ୍ୟରେ ଖରାପ ଇଙ୍ଗିତ କରିଥିଲେ।ହେଲେ ମହିଳା ଜଣଙ୍କ ବିରୁଦ୍ଧ କରିବାରୁ ତାଙ୍କୁ ଅଶୀଳ ଭାଷାରେ ଗାଳି ଗୋଲଜ ଦେବା ସହିତ ଗୋଟିଏ ହାତରେ ତାଙ୍କ ବେକ ଚିପି ଧରିବା ସହ ତାଙ୍କ ଛାତିକୁ ଜୋରରେ ଧରି କଚାଡି ଦେଇ ତାଙ୍କ ଉପରେ ମାଡି ବସି ଛାତିରେ ହାତ ବୁଲାଇବା ସହ ତାଙ୍କ ଶାଢ଼ି ଓ ବ୍ଲାଉଜ ଚିରି ଦେବା ସହ ତାଙ୍କ ଯୌନାଙ୍ଗ ଉପରେ ଜୋରରେ ଆଘାତ ଦେଇ ଥିଲେ।ତାଙ୍କ ଭାଉଜ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିବାକୁ ଆସି ବାରୁ ଜୈନିକ ଯୁବକ ପପୁ ରେବାତୀଙ୍କ ଭାଉଜଙ୍କୁ ଜୋର ଗୋଇଠା ମାରିବା ଫଳରେ ଦୁଇଟି ଛୁଆ ସହିତ ଛିଟିକି ତଳେ ପଡ଼ିଯାଇ ଥିଲେ।ପରେ ଶରୀର ବିଭିନ୍ନ ଅଙ୍ଗକୁ ମନ୍ଥି ଦେଇଥିଲେ ବୋଲି ଜୁନ ୨୦ ତାରିଖ ବାଲିଆପାଳ ଥାନାରେ ଲିଖିତ ଅଭି ଯୋଗ କରିଥିଲେ।ହେଲେ ୧୦ ଦିନ ବିତି ଯାଇଥିଲେ ହେଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ମଙ୍ଗଳବାର (ଆଜି) ବସ୍ତା ଏସ ଡି ପି ଓ କାର୍ଯ୍ୟାଳୟରେ ପହଁଚି ଏସ ଡି ପି ଓ ଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ଯଥା ଶୀଘ୍ର ଦୋଷୀ ମାନଙ୍କୁ ଗିରଫ ନକଲେ ଅନ୍ଦୋଳତ୍ମାକ ପନ୍ଥା ଅବଲମ୍ବନ କରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କଡା ଚେତାବନୀ ଦେଇଛନ୍ତି ପୀଡ଼ିତାଙ୍କ ସହିତ ପରିବାର ଲୋକେ।ହେଲେ ପୋଲିସ ଅଭିଯୋ ଗ ଗ୍ରହଣ କରିଥିଲେ ହେଁ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅପର ପକ୍ଷେ ଜୀବନରୁ ମାରିଦେବା ଧମକ ଦେଉଛନ୍ତି।ପରିବାର ଲୋକେ ଏତଲା ମୁତାବକ ତଦନ୍ତ କରାଯାଇ ଆସାମୀ ମାନଙ୍କୁ ଗିରଫ କରି ଉଚିତ ଦଣ୍ଡ ଦେବାକୁ ସାମ୍ବାଦିକ ସମ୍ମିଳନୀରେ ଆକୁଳ ନିବେଦନ କରିଛନ୍ତି। ଜୀବନରୁ ମାରିଦେବା ଧମକ ଦେଇଥିବାରୁ ଭୟରେ ଅଛନ୍ତି ପରିବାର ଲୋକେ। ଉଚିତ ନ୍ୟାୟ ନ ମିଳିଲେ ଅଭିଯୋଗ କାରୀ ଆତ୍ମହତ୍ୟା କରିବେ ବୋଲି ପ୍ରକାଶ କରିଛନ୍ତି।ଏସ ଡି ପି ଓ ଙ୍କୁ ପଚାରିବାରୁ ଆସାମୀ ଫେରାର ଅଛି, ଆମର ତଦନ୍ତ ଜାରି ରହିଛି।ଯଥାଶୀଘ୍ର ଆସାମୀକୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି।



ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l